STORYMIRROR

Akankshya Panda

Romance Fantasy

3  

Akankshya Panda

Romance Fantasy

ନାଁ କଣ ଆମ ସମ୍ପର୍କର ?

ନାଁ କଣ ଆମ ସମ୍ପର୍କର ?

1 min
427

ପାରେନା ମୁଁ ଉତ୍ତର ଦେଇ ନିଜେ ନିଜକୁ

ନା କଣ ଆମ ସମ୍ପର୍କର ?

କେବଳ ବନ୍ଧୁତା

ନୂଆ ଏକ ପରିଭାଷା ଭଲ ପାଇବାର

 

ଭଲ ଲାଗେ ହଜିଯିବାକୁ ତୁମ ସ୍ମୃତିରେ ଏକାନ୍ତରେ

ଭୁଲିଯାଏ ମୋ ଯନ୍ତ୍ରଣା

ଅତୀତ ଦେଇଥିବା କ୍ଷତ ବୀକ୍ଷତ ଚିହ୍ନ

ତୁମ ପ୍ରୀତିର ପ୍ଲାବନରେ

ସତେ ଯେମତି ଏକ ନିର୍ଜୀବ ପ୍ରତିମା 

ଜୀବନ୍ୟାସ ପାଇଗଲା ତୁମ କୁହୁକ ସ୍ପର୍ଶରେ


ଆଜି ଅନୁଭବ ହୁଏ ଉଷ୍ମତା ଏ ଝିପି ଝିପି ବର୍ଷାରେ 

ଖେଳି ଯାଏ କମ୍ପନ ତୁମ ଓଠର ଛୁଆଁରେ 

ହଜି ଯାଏ ମୋ ସବୁ ରାତି ତୁମ ଅସ୍ପଷ୍ଠ କାମନାର ଭାବନାରେ 

ପୁଣି ଭୟାତୁର ମୁଁ ଭାଙ୍ଗିଯିବନି ତ ସେ ସ୍ୱପ୍ନ 

ପ୍ରଭାତର ସୂକ୍ଷ୍ମ କିରଣରେ

ସୃଷ୍ଟି କରିବନି ପ୍ରାଚୀର ପ୍ରଜାପତି ଭଅଁର ଓ ଫୁଲର ମିଳନରେ 

ଚାହେଁନା ମୁଁ ଆଉକିଛି 

ବିଲୀନ ହେଇଯାଉ ମୋ ସତ୍ତା 

ତୁମ ସନ୍ଦନର ସାତ୍ତ୍ୱିକତାରେ


ନିଜକୁ ହିଁ ପାଏ ତୁମ ପ୍ରତିଟି ପାର୍ଥନାରେ

ବଦଳି ଯାଏ ତୁମ ଭାବ ଭାଙ୍ଗି

ହଟାତ ଆଉ କାହା ମୁହଁରେ ମୋ ନା ଶୁଣି 

କେବେ ମୋ ପ୍ରତି ଅଧିକାର ସାବ୍ୟସ୍ଥ ,

ପୁଣି ଦେଖିଛି ତୁମ ଆଖିରେ ଇର୍ଷା 

ଦେଖି ଆଉ କାହା ହାତରେ ମୋ ହାତ


ହେଲେ ବି ଆୟତ୍ତ କରିବାକୁ ଚେଷ୍ଟା କର ନିଜେ ନିଜକୁ 

କାଳେ ବାନ୍ଧି ହୋଇଯିବ ମୋ ଆସକ୍ତିରେ

ଏ ସବୁ ସତ୍ତ୍ୱେ ବୁଝି ପାରେନି ନା କଣ ଦେବି ଆମ ସମ୍ପର୍କର 

ବନ୍ଧୁତାର ଇଏ ଶେଷ ସୀମା

ନା ଏଇଠୁ ଆରମ୍ଭ ହୁଏ ନୂଆ ଏକ ଅଧ୍ୟାୟ ଭଲପାଇବାର!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance