STORYMIRROR

Akankshya Panda

Romance

3  

Akankshya Panda

Romance

କଳଙ୍କିତ ବନ୍ଧୁତା

କଳଙ୍କିତ ବନ୍ଧୁତା

1 min
391

ପଢି ପାରିଲାନି ସେ ପରିଭାଷା ମୋ ନିମୋହ ହୃଦୟର..

ବୁଝିପାରିଲାନି.. କେତେ ପବିତ୍ର ଥିଲା ସେ ସମ୍ପର୍କ ବନ୍ଧୁତା ର ..

ଜହ୍ନ ଠାରୁ ବୋଧେ ଆହୁରି ସୁନ୍ଦର ଥିଲା..,,

ସେଥି ପାଇଁ ତ କଳଙ୍କ ଟିଏ ଲାଗିଗଲା ଭଲ ପାଇବାର ..!!


କେବେ ସଂଜୀବନି ହୋଇ ମୋ ଜୀବନେ ଆସିଥିଲ 

ଅନ୍ଧକାର ମୋ ସମଗ୍ର ସତ୍ତା ଆବୋରି ନେବା ପୂର୍ବରୁ 

ପାହାନ୍ତି ନକ୍ଷତ୍ର ପରି ମିଞ୍ଜି ମିଞ୍ଜି ଆଲୁଅରେ ଭରିଦେଇଥିଲ 

ଜୀବନର ଝଡ଼ ମତେ ଉଜାଡି ଦେଇଗଲା ପରେ 

ଏ ବିକ୍ଷିପ୍ତ ଆତ୍ମାର ଏକ ମାତ୍ର ସାହାରା ପାଲଟି ଗଲ

ହୁଏତ ସେଇଥି ପାଇଁ ସମର୍ଥ ମୁଁ ପଦଟିଏ ଆଗକୁ ବଢେଇବାକୁ 

 ନିଜର ପ୍ରତିଟି ସ୍ପନ୍ଦନକୁ ଏକାନ୍ତର ଅନୁଭବ କରିବାକୁ 

ପୁଣି ସମର୍ଥ ମୁଁ ତୁମ ସହଚର୍ଯ୍ୟ ପାଇ 

ଲଂଘିବାକୁ ଏ ଜୀବନ ର ଏ ଦୀର୍ଘାକାର ସେତୁକୁ 


ହୁଏତ ଶବ୍ଦରେ ପରିପ୍ରକାଶ କରିପାରିବିନି କେତେଯେ

ମହତ୍ତ୍ୱ ମୋ ଜୀବନରେ ଆମସମ୍ପର୍କର..

ହେଲେ ଏ ସବୁ ସତ୍ତ୍ୱେ ପୁଣି କାଇଁ ସୀମା ଉଲଘଂନ କଲ ବନ୍ଧୁତାର 

କଳଙ୍କ ଟିଏ ଲଗେଇ ଦେଲ ଭଲ ପାଇବାର...:)


 




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance