STORYMIRROR

Akankshya Panda

Abstract Fantasy

3  

Akankshya Panda

Abstract Fantasy

ସ୍ମୃତି ଏକ ରୂପା ଜହ୍ନ ..

ସ୍ମୃତି ଏକ ରୂପା ଜହ୍ନ ..

1 min
310

ହେ ସମୟ ନେଇଯାଆନ୍ତୁ କି ମତେ ଥରେ ମୋ ଅତୀତକୁ 


ପୁଣି ଥରେ ଉପଭୋଗ ମୋ ଅଝଟିଆ ପିଲାଦିନର ଅଭୂଲା ମୁହୂର୍ତ୍ତ କୁ ..(1)


ଯଉଠି ହସିବାପାଇଁ କାରଣ ଖୋଜୁନ ଥିଲି ..


ବାସ୍ତବତାରୁ ବୀରତି ନେଇ ବୁଢିଆଣୀ ପରି ହଜାରେ ସ୍ୱପ୍ନର 

ଜାଲ ବୁଣୁଥିଲି ..

ପୁଣିକେବେ ହନୁମାଙ୍କଡର କାହାଣୀ ଶୁଣି 

ଚହଲାପାଣି ରେ ଜହ୍ନର ପ୍ରତିଛବି ଧରିବାକୁ ଚେଷ୍ଟା କରୁଥିଲି( 2)


ମୋ ଗାଁ ର ଆମ୍ବତୋଟା ଓ ବର ଓହଳରେ ନାଚିଡ଼େଇଁ 

ଲାଗୁଥିଲା ଜୀବନର ସବୁ ହସ ଖୁସୀ ହାତ ପାହାନ୍ତା ରେ ପାଇଯାଇଛି ..

ପୁଣି କେବେ ..ବଣ ପାହଡ ଘେରା ସେପାରୀ ଦୁନିଆ କଳ୍ପନା କରି 

ଆନନ୍ଦରେ ବିଭୋର ହୋଇଉଠୁଥିଲି ..(3)


ହେଲେ ସେ ସବୁ ମୋ ପାଇଁ ମାତ୍ର ଆଜି ଏକ ସ୍ବପ୍ନ ..

ନା ଅଛି ଶ୍ରାବଣର ପହିଲି ବର୍ଷା ର ପୁଲକ ..

ନା ଆଇମାର ଗପ ପେଡ଼ିର କୁହୂକ 

କେବଳ ସମୟ ସୁଅରେ ରହିଯାଇଛି ହୋଇ ଏକ କ୍ଲାନ୍ତ ଅପରାହ୍ନ (4)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract