ସ୍ପର୍ଶ ଅତୀତର
ସ୍ପର୍ଶ ଅତୀତର
ଯାହାର ଅପେକ୍ଷାରେ ଥିଲି..ଆଜି ସେଠି ପହଞ୍ଚି ଦେଖେତ
ସେ ଖୁସି କାଇଁ ଅନୁଭବ ହଉନି...
ଅଗାମି ଭବିଷ୍ୟତ ଭୟ ପ୍ରଦର୍ଶନ କରାଏ ନା..
ବର୍ତମାନର ପରିଧି ଉପହାସ କରେ ବୁଝି ହୁଏନି ।
ପୁଣି ଝାଙ୍କି ଦେଖେ ସେ ଦୁଇବର୍ଷ ତଳର ଅତୀତକୁ
ଯେବେ ରାତି ଚୁପ ଚାପ ସୋଇଯାଏ..
କେତେ ଯେ ପ୍ରଶ୍ନ କରୁଥିଲି ନିଜେ ନିଜକୁ
ଓ ମତେ ସାଥୀ ରୂପେ ଆପଣେଇ ନେଇଥିବା ସେ ନିସ୍ତବ୍ଧତାକୁ ।
କିଏ ଥିଲା ମୋ ଶାଳୀନତାରେ.. ପ୍ରୀତ..
ତ କାହାପାଇଁ ମୁଁ ଥିଲି ତାର ଲୋକ ଦେଖାଣିଆ ପ୍ରତିବିମ୍ବକୁ
ସଜାଡ଼ିବାର ଏକ ଅଂଶ ମାତ୍ର..
କିଏ ମୋ ଯନ୍ତ୍ରଣାକୁ ଆହୁରି ଜର୍ଜରିତ କରେ ତ
ପୁଣି ଉପଶମର ରାସ୍ତା ଦେଖାଏ ଏକ ଅଜଣା ଅଚିହ୍ନା ସ୍ପର୍ଶ ।