ଜହ୍ନ (ବନ୍ଧୁଟିଏ ଏମିତି ବି )
ଜହ୍ନ (ବନ୍ଧୁଟିଏ ଏମିତି ବି )
ଲୋକଙ୍କ ଭିଡ଼ରୁ ଅନେକ ଦୂରରେ
ଆପଣେଇନେଇଛି ନିରୋଳାକୁ
ଏକାକୀତ୍ୱ ନୁହେଁ ବରଂ ଉପଭୋଗ କରେ
ମୋ ସ୍ୱାଧୀନତାକୁ
ଯେବେ ରାତିସୋଇଯାଏ ..
ହୃଦୟର ରୁଦ୍ଧଦ୍ୱାରେ ଗୁଞ୍ଜରିତ ହେଉଥିବା ...
ପ୍ରଶ୍ନସବୁର ଉତ୍ତର ମାଗେ ଜହ୍ନ କୁ ...
ଏମିତି ରାତି ତମାମ୍ ଆମର ବାର୍ତାଳାପ ଚାଲିଥାଏ
ଏ ଭିତରେ ମୁଁ ମୋର ଅଜାଣତରେ
କେତେବେଳେ ଯେ ହଜିଯାଇଥାଏ
ସୁନେଲି ଭବିଷ୍ୟତ ର କଳ୍ପନାରେ ...
ପୁଣି ରାତି ବଢିଚାଲେ ଓ ଯେବେ
କାକର ବିନ୍ଦୁର ସ୍ପର୍ଶ ରେ ଆସେ
ଟିକିଏ ହସିଦେଇ ଫେରିଆସେ ବାସ୍ତବତାକୁ ...।।