STORYMIRROR

Akankshya Panda

Classics Fantasy

3  

Akankshya Panda

Classics Fantasy

ଜହ୍ନ (ବନ୍ଧୁଟିଏ ଏମିତି ବି )

ଜହ୍ନ (ବନ୍ଧୁଟିଏ ଏମିତି ବି )

1 min
222

ଲୋକଙ୍କ ଭିଡ଼ରୁ ଅନେକ ଦୂରରେ

ଆପଣେଇନେଇଛି ନିରୋଳାକୁ 

ଏକାକୀତ୍ୱ ନୁହେଁ ବରଂ ଉପଭୋଗ କରେ

ମୋ ସ୍ୱାଧୀନତାକୁ

ଯେବେ ରାତିସୋଇଯାଏ ..

ହୃଦୟର ରୁଦ୍ଧଦ୍ୱାରେ ଗୁଞ୍ଜରିତ ହେଉଥିବା ...

ପ୍ରଶ୍ନସବୁର ଉତ୍ତର ମାଗେ ଜହ୍ନ କୁ ...

ଏମିତି ରାତି ତମାମ୍ ଆମର ବାର୍ତାଳାପ ଚାଲିଥାଏ 

ଏ ଭିତରେ ମୁଁ ମୋର ଅଜାଣତରେ

କେତେବେଳେ ଯେ ହଜିଯାଇଥାଏ

ସୁନେଲି ଭବିଷ୍ୟତ ର କଳ୍ପନାରେ ...

ପୁଣି ରାତି ବଢିଚାଲେ ଓ ଯେବେ

କାକର ବିନ୍ଦୁର ସ୍ପର୍ଶ ରେ ଆସେ

ଟିକିଏ ହସିଦେଇ ଫେରିଆସେ ବାସ୍ତବତାକୁ ...।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics