ସ୍ମୃତିର କାନ୍ଥରେ
ସ୍ମୃତିର କାନ୍ଥରେ
ଶୀତରାତିର ଅନ୍ଧକାରରେ
ହଜେଇ ଦେଉଥିଲେ ନିଜକୁ ଶୀତଳ ଜହ୍ନର ଜୋଛନାରେ
ମତେ କୋଳେଇ ନେଇ ,
ଢାଙ୍କିଦିଅ ତୁମ ଶରୀର ଉଷ୍ମତାରେ
କ୍ଷଣକ ପାଇଁ ନିଶ୍ଚଳ ହୋଇଯାଏ ମୋ ସ୍ନାୟୁ ତୁମ ଓଠର ସ୍ପର୍ଶରେ ,
ଭରିଦିଅ ମୋ ହୃଦୟର ସବୁ ଉପତ୍ୟାକା ତୁମ କାମନାର ବାସ୍ନାରେ,
ପୁଣି ହରାଇ ବସୁଥିଲି ମୋ ସତ୍ତା
ଶୁଣି ତୁମ ସ୍ପନ୍ଦନରେ ଥିବା ଅଶ୍ରୁତ ସଙ୍ଗୀତର ମୂର୍ଚ୍ଛନାରେ ।
କେଜାଣି ଏମିତି କେତେ ସ୍ମୃତି ଆଙ୍କି ହ
ୋଇରହିଛି
ହୃଦୟର କାନ୍ଥରେ ,
ପ୍ରତି ମୁହୂର୍ତ୍ତରେ ଗୋଟିଏ ହିଁ ପ୍ରତିବିମ୍ବ ଉଙ୍କିମାରେ
ଏ ମନର ଆଇନରେ,
ତଥାପି ବଞ୍ଚିବାକୁ ଚେଷ୍ଟା କରେ ମୋ ବାସ୍ତବତାରେ
ଯୋଡିବାକୁ ଚେଷ୍ଟାକରେ ମୋ ହୃଦୟର ଭଗ୍ନାବିଶେଷକୁ
ତମେ ଦେଇଯାଇଥିବା ଅନ୍ଧକାରରେ ।
ଆଜି ଏ ଜହ୍ନର ଜୋଛନା ଆଉ ମିଛ ପ୍ରତିଶୃତି ନେଇ ଆସୁନି
କେବଳ ଭେଟିଦେଇଯାଏ ତ ଆମ ଅନ୍ତରଙ୍ଗ ମୁହୂର୍ତ୍ତର
କିଛି ସ୍ମୃତି ,
ପୁଣି ଅନ୍ତର୍ନାଦରୁ ମୋ କୋହ ସବୁ
ଦି ଟୋପା ଅଶ୍ରୁଧାରରୂପେ ଝରିପଡେ଼ ମୋ ସୂକ୍ଷ୍ମ ପରଦାରେ ।