ଜିତିଯିବି ଜୀବନର ସଂଘର୍ଷରେ
ଜିତିଯିବି ଜୀବନର ସଂଘର୍ଷରେ
ଆଖିରେ ଆଖିଏ ନିଦ ହେଲେ ଶୋଇ ପାରେନି
ସ୍ୱପ୍ନରେ ତା' ଏମିତି ହଜାରେ ଚେହେରା ଆସେ ହେଲେ ତୁମକୁ
ଖୋଜିବାରେ ସମର୍ଥ ହୋଇପାରେନି ।
ପୁଣି ଡର ଲାଗେ ତୁମ କ୍ରୋଧର ଅଗ୍ନିଶିଖାକୁ ପାରିବି କି
ନିମ୍ମଜିତ କରି ?
ତେବେ ବର୍ଷାର ମୂଷଳ ଧାରା କ୍ଷୁଦ୍ର ପ୍ରଦୀପଟିଏ ଜଳାଏ
କାଳେ ତିନ୍ତେଇ ଯିବ ମତେ
ହୁଏ ତ ପୁଣିଥରେ ଜିତିଯିବି ଏ ଜୀବନର ସଂଘର୍ଷରେ ।