STORYMIRROR

Binodini Dash

Inspirational

3  

Binodini Dash

Inspirational

ଆଧୁନିକ

ଆଧୁନିକ

1 min
120


କାଳର ଅଧୀନ ମରତ ଭୁବନ

ଆସଇ ପରିବର୍ତ୍ତନ

ଆଧୁନିକ ଦିନେ ବେଶ ବଦଳାଇ

ହୋଇଯାଏ ପୁରାତନ ।


ଆଧୁନିକ ପୁଣି ଅତି ଆଧୁନିକ 

ରୂପରେ ଯାଏ ବଦଳି

ମାନବ ଏଠାରେ ସମୟ ବଶରେ

କର୍ତ୍ତବ୍ୟକୁ ଧରେ ତୋଳି ।


ଚାଲିଚଳନଠୁ ଆଚାରବିଚାର

ଖାଦ୍ୟପେୟ ବେଶଭୂଷା

ସବୁଥିରେ ଦିଶେ ଆଧୁନିକ ଛାପ

ବଦଳିଯାଏ ବି ଭାଷା ।


କଳଲଙ୍ଗଳଠୁ ଯେତେ ଯନ୍ତ୍ରଯାନ

ଯନ୍ତ୍ରାଦି ଉପକରଣ

ଅଳ୍ପ ପରିଶ୍ରମେ ଅଳ୍ପ ସମୟରେ

କର୍ମକୁ କରେ ସାଧନ ।


ଦିନୁଦିନ ହୁଏ ବି ପରିବର୍ତ୍ତନ 

ଆମ ଚିକିତ୍ସା ବିଜ୍ଞାନ

ସେଥିପାଇଁ କେତେ ନୂଆନୂଆ ଯନ୍ତ୍ର

ହେଉଅଛି ଉଦ୍ଭାବନ ।


ଚନ୍ଦ୍ର ଏବେ ଆମ ହାତ ପାହାନ୍ତାରେ

ପାରିଛୁ କି ଧରି ସତେ

ମିଳେ ଅନ୍ତରୀକ୍ଷ ସମ୍ବନ୍ଧୀୟ ତଥ୍ୟ

ବୈଜ୍ଞାନିକଙ୍କଠୁ କେତେ ! 


ଇଣ୍ଟରନେଟ ଯୁଗେ ବସି ଘରେ ଘରେ

ସମସ୍ୟାର ସମାଧାନ 

ପୃଥିବୀକୁ ଛୋଟ ବନାଇ ଦେଇଛି

ଏରୋପ୍ଲେନ ସ୍ମାର୍ଟଫୋନ ।


ଯେତେ ବର୍ଣ୍ଣିଲେ ବି ଆଧୁନିକ ଗାଥା

ହୋଇବ ପୋଥି ପୁରାଣ

ତା' ସାଥିରେ ତାଳ ଦେଇ ଚାଲୁଥିଲେ

ପୂର୍ଣ୍ଣ ଲାଗିବ ଜୀବନ ।



Rate this content
Log in

Similar oriya poem from Inspirational