STORYMIRROR

Pravatirani Mohanty

Inspirational

3  

Pravatirani Mohanty

Inspirational

ମହାଷ୍ଟମୀ।

ମହାଷ୍ଟମୀ।

1 min
133


ପାର୍ବଣର ଫୁଲ ଫୁଟିଛି

ଆସି ଅଛନ୍ତି ମା'

ପାପ ଭାରା କରି ଉଶ୍ୱାସ

ମା' ହୋଇବ ସାହା।

ନବରାତ୍ର ପୂଜା ପାର୍ବଣ

ମହାଷ୍ଟମୀ ଦିନ

ଜଗଦ୍ଧାତ୍ରୀ ମହାଗୌରୀ

ମାତା ହେଲେ ପ୍ରସନ୍ନ।

ଧୂପ ଦୀପ ଝୁଣା ଅକ୍ଷତ

ଫୁଲ ବେଲ ପତର

ମନ୍ଦାର ମାଳରେ ଭୂଷିତ

ମା ଦିଶେ ସୁନ୍ଦର।

ବେଲପତ୍ର ମଥା ହଲାଇ

ସତେ କରୁଛି ସ୍ତୁତି 

ଗଙ୍ଗଶିଉଳି ଟି ଆନନ୍ଦେ

ଯାଏ ଭୂମିରେ  ଲୋଟି।

ଖିଲିଖିଲି ହୋଇ ହସୁଛି

ସରସୀରେ କମଳ

ଦଶ ଦିଗ ଦିଶେ ସୁନ୍ଦର

ଆକାଶ ସୁନିର୍ମଳ । 

ଦେବୀଙ୍କ ସହିତ ଦେବତା

ଆସିଛନ୍ତି ମରତେ

ଦେଖିବାକୁ ବେଶ ମା'ର 

ମନ ଆନନ୍ଦ ଚିତ୍ତେ।

ନାରିକେଳ ଭୋଗ ସହିତ

ଫଳମୂଳ ଉଖୁଡା

କଦଳୀ କାକୁଡି ଫୁଲରେ

ଡାଲା ହୁଏ ସଜଡ଼ା।

ଶଙ୍ଖା ସିନ୍ଦୁରରେ ମଣ୍ଡିତ

ନୂତନ ବସ୍ତ୍ର ଦାନ

ବିଭୂଷିତ କରି ମାତାଙ୍କୁ

ଅରଜ ମହାପୁଣ୍ୟ।

ଜୟ ଜୟ ଗୌରୀ ମାତା ଲୋ

ଘେନ ମୋର ଆରତୀ

ଘୁଞ୍ଚିଯାଉ ସର୍ବ ବିପଦ

ପାଉ ଏ ଅମାରାତି।

ସାହା ହୋଇଥିବୁ ଜନନୀ

ତୋର କୃପା ବାରିଧି

ଝରି ଝରି ଯାଉ କରୁଣା 

ପୂର୍ଣ୍ଣ ସକାଳ ସିଦ୍ଧି।

ଶବ୍ଦ ତରଙ୍ଗରେ ଉଛୁଳୁ

ମୋର ଟିକି ହୃଦୟ

ଘେନ ପ୍ରଣିପାତ ଜନନୀ

ରହୁ ପୟରେ ଲୟ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational