STORYMIRROR

Suresh chandra Padhy

Inspirational

3  

Suresh chandra Padhy

Inspirational

ଶରଦ ଆସିଛି

ଶରଦ ଆସିଛି

1 min
127


ଶରଦ ଆସିଛି, କାଶ ତଣ୍ଡି

         ଫୁଲେ ଧରା ତ ହସୁଛି।

ମନ ମୋହି ନେଉଛି,

          ଶରତର ଶୋଭା ବଢ଼ି ତ ଯାଇଛି।

ମୟୁର ନାଚୁଛି କୋଇଲି ଗାଉଛି,

ପାର୍ବଣ ରାଣୀର 

           ସ୍ୱାଗତ ହେଉଛି।

ମା ମଙ୍ଗଳାଙ୍କ ଘଟ,

           କଳସି ବୁଲୁଛି।

ନବ ଦୁର୍ଗା ଙ୍କ ରୂପକୁ,

           ଜଗତ ପୂଜୁଛି।

ବେଲ ବରଣୀ କରି, 

          ଆବହନ ହୋଇଛି।

ମହିଷାମର୍ଦ୍ଦିନୀ ଙ୍କ,

           ପୂଜା ତ ହେଉଛି।

ରାବଣ ପୋଡି ଉତ୍ସବ,

            ଉଲ୍ଲାସ ରେ ହୋଇଛି।

ମନ ଅବଗୁଣ ପୋଡ଼ି,

            ଭସ୍ମ ବି ହେଉଛି।

ଶସ୍ୟ ଶ୍ୟାମଳା ହୋଇ,

            ମେଦିନି ଚାହଁି ଛି

ମା ଗଜ ଲକ୍ଷ୍ମୀ ପାଇଁ,

             ଧନ ଧାନ୍ୟ ମିଳୁଛି।

ଶରଦର ଚାନ୍ଦ ଦେଖି,

            କୁମାରୀ ଭାବୁଛି।

ଶରଦର ଚାନ୍ଦ ପରି,

            ବର ମନାସୁଛି।

ଶରଦ ରାତି ର କଥା,

            ମନେ ପଡି ଯାଉଛି।

ବୃନ୍ଦାବନ ଧାମେ କାହ୍ନା,

            ମହା ରାସ ରଚୁଛି।

ପୁଣ୍ୟ ର କାର୍ତ୍ତିକ ମାସ,

           ପାଖେଇ ଆସୁଛି।

ରାଇ ଦାମୋଦର ବେଶେ

            କାଳିଆ ଦର୍ଶନ ଦେଉଛି।

ଅନ୍ଧକାର ରାତିରେ,

           ଦୀପାବଳୀ ହୋଇଛି।

ମା ମହା କାଳୀଙ୍କ ,

          ଆବହାନ ହେଉଛି।

ଘରେ ଘରେ ଖୁସିର

          ଉତ୍ସବ ହେଉଛି।

ବିଦେଶ ରୁ ପୁଅ ବି,

          ଘରକୁ ଆସିଛି।

ଶରଦର ଶୋଭା,

           ସବୁଠି ଦିଶୁଛି।

କବି କବିତାରେ ,

          କେତେ ବର୍ଣ୍ଣନା କରୁଛି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational