STORYMIRROR

Panchanan Jena

Inspirational

3  

Panchanan Jena

Inspirational

ମା' ବୃନ୍ଦାବତୀ

ମା' ବୃନ୍ଦାବତୀ

1 min
128


ଘର ଅଗଣାରେ ହସୁଛି

ମା' ବୃନ୍ଦାବତୀ

ସକାଳ ସଞ୍ଜରେ

ବିବିଧ ଖଞ୍ଜରେ

ଆଶିଷ କୁଞ୍ଜରେ

ଝଡି ଦେଉଥାଏ 

ପାଚିଲା ପତର 

ପବନ ଦୋଳିରେ

ବିଞ୍ଚି ଆରତି

ଘର ଅଗଣାରେ ହସୁଛି ମା' ବୄନ୍ଦାବତୀ ।


ଲିପା ପୋଛା କରେ

ଅତି ଯତନରେ

ତୁଳସି ଚଉରା ମୂଳରେ 

ମାଟି ଟେକିଦିଏ  

ଅତି ସରାଗରେ

ମୁଠା ମୁଠା ମଗ୍ନ ମାଟିରେ

ପାଣି ଢ଼ାଳୁ ଢ଼ାଳୁ 

ପ୍ରଦକ୍ଷୀଣ କରେ

ସୂର୍ଯ୍ୟଦେବଙ୍କୁ ଚାହିଁ ଉପରେ

ପାଦୋଦକ ନିଏ ମୁହିଁ

ତୁଳସୀ ଦୟଣା

ମୋ ତୁଣ୍ଡ ପାଉଣା

ପାଏଁ ମୁଁ ନିତିପ୍ରତି

 ଘର ଅଗଣାରେ ହସୁଛି ମା' ବୃନ୍ଦାବତୀ ।


ଦୀନଚର୍ଯ୍ୟା ମୋର

ଶୁଭାରମ୍ଭ ହୁଏ

ଦରଜା ମୋ ଖୋଲେ

ତୋ ଦର୍ଶନ ପାଏ

ଶୁଭଶଙ୍ଖ ଫୁଙ୍କୁ ଫୁଙ୍କୁ

ମୋର ତୋର ଚାରି ଚକ୍ଷୁ

ସବୁ ବାଧାବିଘ୍ନ

ଦୂରେଇ ଯାଇଛନ୍ତି

ମୁଣ୍ଡ ପାତି ପ୍ରଣାମ ହେଲେ

କଲେ ଶ୍ରଦ୍ଧା ଭକତି

ଘର ଅଗଣାରେ ହସୁଛି ମା' ବୃନ୍ଦାବତୀ ।


ସଞ୍ଜ ନଇଁଗଲେ

ସଞ୍ଜ ଦୀପ ଧରି

ତୁଳସୀ ଚଉରା ମୂଳେ

ମୁଣ୍ଡିଆ ମାରିଲେ

ମୁଣ୍ଡରେ ପଣତ ଟାଣିଲେ

ମୋତେ ମିଳିଯାଏ

ଝଙ୍କାଏ ଆଶିଷ

ମେଞ୍ଚାଏ ସୁମନାସ 

ମାପି ପାରିବ କି ନିକିତି

ଘର ଅଗଣାରେ ହସୁଛି ମା' ବୃନ୍ଦାବତୀ ।


ଆଇଲା ଗଲା ଅତିଥି 

ଅଭ୍ୟାଗତ ପାଇଁ

ବିସିଛି ଦେଖୁଛି

ତାଙ୍କ ଲୀଳା ଖେଳା

ଶ୍ଵେନ ଦୃଷ୍ଟିରେ ଚାହିଁ

ଶୁଭ ସାଙ୍କେତିକ 

ସାଜି ଜଗିଛି

ଘର ପରିବାର ପାଇଁ

ମା' ପରି 

ତର୍ପଣ ଅର୍ପଣ କରି ଚାଲିଛି 

ପୂଜା - ମେଳାରେ

ତୁଳସି ଦିଆ ଆଳରେ

ତୁଳସି ମାଳ କଣ୍ଠରେ

ବିରାଜି 

ସମ୍ଭାଳି ନେଉଛି

କୁର୍ତ୍ସ। -ରଟନା ଖଳ-ରସନା

 ବାନ୍ଧି କୁ-ମତି ସୁ-ମତି 

ଘର ଅଗଣାରେ ହସୁଛି ମା' ବୃନ୍ଦାବତୀ ।


ଜନ୍ମରୁ ମରଣ ଚକ୍ର

ଦେଖୁଛି ଦେଖିବ 

ଯତ୍ର ତତ୍ର ଏକତ୍ର

ଶେଷ ଇଚ୍ଛା ମୋର ଏତିକି

ତୁଳସି ଜଳ କଣ୍ଠରେ

ପାଇବି ଯେମିତି

ମରଣ ବେଳକୁ

ସରଣ କାଳକୁ

କୋଳେଇ ନେବ ଏ ଛାର ପାପୀକୁ

ଚଉବାହା ତଳେ 

ଆଣ୍ଠେଇ ରହିଲି

ହାତ ଯୋଡି କରୁଛି ଭକ୍ତି ସ୍ତୁତି

ଘର ଅଗଣାରେ ହସୁଛି ମା' ବୃନ୍ଦାବତୀ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational