ଦୁର୍ଗେ ଦୁର୍ଗତିନାଶିନୀ
ଦୁର୍ଗେ ଦୁର୍ଗତିନାଶିନୀ
ମଧ୍ୟ ଅଶିଣରେ କାଶତଣ୍ଡୀ ସାଥେ
ଧରାକୁ ଆସିଛି ପାର୍ବଣ
ନାମଟି ଦଶହରା ବୋଲି ଜାଣ l
ଆଶ୍ୱିନ ଶୁକ୍ଲପକ୍ଷ ଦଶମୀ ତିଥିରେ
ମାଆ ଦୁର୍ଗା ବିଜେ ହୁଅନ୍ତି ମର୍ତ୍ତ୍ୟପୁରେ
ମା'ଙ୍କୁ ଦେଖିବି ଇଚ୍ଛାଥାଏ ମନରେ l
ସେ ଯେ ମାଆ ମହିଷାସୁର ମର୍ଦ୍ଧିନୀ
ବିଷ୍ଣୁବିନୋଦିନୀ ଦୁର୍ଗତିନାଶିନୀ
ଦୁଃଖୀଙ୍କ ଦୁଃଖହାରିଣୀ l
ମୁକ୍ତ ମଳୟର ଉତଫୁଲ୍ଲିତ ଛନ୍ଦେ
ମାଆ ଥାଅ ସଦା ଆମ ଭଲମନ୍ଦେ
ତୁମେ ଚାଲିଗଲେ ଆମ ମନ କାନ୍ଦେ l
ପୂଜା ପାଅ ତୁମେ ମାଆ ପୂଜା ମଣ୍ଡପେ
ଘଣ୍ଟ ଘଣ୍ଟା ଶବଦରେ ଧରଣୀ ମାଆ କମ୍ପେ
କ୍ଷଣକେ ଶତ୍ରୁ ମାରେ ତୁମ ଅଭିଶାପେ l
ଶତ୍ରୁଙ୍କ ସଂହାର ପାଇଁ ତୁମେ ଜନ୍ମ ନିଅ
ଭଲ ମନ୍ଦ ସବୁବେଳେ ତୁମେ ସାଥେ ଥାଅ
ଇଚ୍ଛା ହୁଏ ଛୁଇଁବାକୁ ମାଆ ପଦ୍ମ ପୟର l
