STORYMIRROR

Rashmita nayak

Inspirational

3  

Rashmita nayak

Inspirational

ମୁଁ ସାଧାରଣ ମଣିଷ

ମୁଁ ସାଧାରଣ ମଣିଷ

1 min
180

ନୁହେଁ ମୁଁ ବ୍ରହ୍ମl

ନୁହେଁ ମୁଁ ବିଷ୍ଣୁ

ମୋ ମନରେ ବହୁତ ଅବଶୋଶ

ମୁଁ ସାଧାରଣ ମଣିଷ l


ପାରିଜାତ ନୁହେଁ ସରଗର

କିଏ ବୁଝିବ କଥା ମନର

ଉପରକୁ ସିନା ଦିଶେ ସରସ

ମୁଁ ସାଧାରଣ ମଣିଷ l


ଚିନ୍ତା ନେଲାଣି ରୂପ ସୌନ୍ଦର୍ଯ୍ୟ

ସମସ୍ତଙ୍କର ବଢ଼ିଗଲାଣି ତେଜ

ଲଢ଼ିବାକୁ ଆଉ ନାହିଁ ସାହସ

ମୁଁ ସାଧାରଣ ମଣିଷ l


କଣ ହେବ ଏ ଟଙ୍କା ପଇସା

ସୂକ୍ଷ୍ମ ତ ଏ ଜୀବନର ନକ୍ସା

ମଶାଣି ଜୁଇରେ ସଭିଏଁ ଶେଷ

ମୁଁ ସାଧାରଣ ମଣିଷ l


ସମସ୍ତେ ନିଜ ନିଜ ଅଭିନୟ ସାରି

ସରଗ ପୁରକୁ ଯିବା ତ ଫେରି

କିଏ ଜାଣେ 

କେବେ ଆସିଯିବ ମରଣ ଦିବସ

ମୁଁ ସାଧାରଣ ମଣିଷ l



Rate this content
Log in

Similar oriya poem from Inspirational