STORYMIRROR

Rashmita nayak

Inspirational

4  

Rashmita nayak

Inspirational

ରଥଯାତ୍ରା

ରଥଯାତ୍ରା

1 min
347

ଜୟ ଜଗା କାଳିଆ

ଜୟ ପ୍ରଭୁ ବଳିଆ

ଖୋଜିଲେ ମିଳିବେ ନାହିଁ

କେହି ତାଙ୍କ ଭଳିଆ l


କାଳିଆର ରଥ ହଳଦୀ ନାଲି

ସେଥିରେ ବସି ହସେ ଖିଲି ଖିଲି

ମନ ହୁଏ ତା ରଥ ଟାଣିବି ବୋଲି

ଯାଇପାରୁନାହିଁ ତା ପାଖକୁ ଚାଲି l


ନାଲି ସବୁଜ ରଥରେ ବଳିଆ

ସାଙ୍ଗରେ ଆସୁଥାଏ ନୀଳାଚଳିଆ

କଳା ନାଲି ରଥରେ ସୁଭଦ୍ରା ମାଆ

ହୁଅନ୍ତି ସେ ସମସ୍ତଙ୍କ ସାହା l


ତାଳଧ୍ଵଜେ ବସି ଆସେ ବଳିଆ

ଦେବଦଳନେ ମୋର ସୁଭଦ୍ରା ମାଆ

ନନ୍ଦିଘୋଷେ ଆସେ ଚକାଡୋଳିଆ

ସତରେ ସେ ଭାରି ନଟଖଟିଆ l


ରଥଯାତରା ରେ ଆସେ ସେ ଧାଇଁ

ସବୁ ଅଳି ଗାଳି ସହିବା ପାଇଁ

ସମସ୍ତଙ୍କ ଦୁଃଖ ହରିବା ପାଇଁ

ସେ ପରା ମୋ କଳାଗୋସାଇଁ l


ଭକ୍ତ ସାଲବେଗ ପରି ମୁଁ ନୁଁହ

ମତେ ଥରେ ଯାତ୍ରା ବୁଲେଇ ନିଅ

ଇଚ୍ଛା ଅଛି ତୁମ ଛୁଇଁବି ପୟ

ପୂର୍ଣ୍ଣ କର ଇଚ୍ଛା ହେ କଳାଦିଅଁ l


Rate this content
Log in

Similar oriya poem from Inspirational