STORYMIRROR

Pranati Mahapatra

Inspirational

4  

Pranati Mahapatra

Inspirational

ଭଉଣୀ ଭାଇ ପରି

ଭଉଣୀ ଭାଇ ପରି

1 min
352

ବିତାଇ ଦେଇଛି କେତେ ଦିନ ମାସ

ମୁଖେ ଭରି ଦେଇ ହସ,

ପିଇଛି ଲହୁକୁ ବୋହି ନାହିଁ ଲୁହ

ବିଛାଡି ଦେଇଛି ବାସ,

ଦେଖିଛି ବିଦ୍ରୃପ ହସ

ହାରି ମୁଁ ଯାଇନି ପଛକୁ ଫେରିନି

ହୋଇ ନାହିଁ କା'ର ଦାସ।


ଦେଖିଛି ଆଗରେ ସୁନେଲି ସୂରୁଜ

ବିଞ୍ଚିଦିଏ ତା'କିରଣ,

ଝଲମଲ ସେହି ଆଭାରେ ପାଇଛି

ସମ୍ପଦର ଝଣଝଣ,

ଲୋଭେ ବଶ ନ ହୋଇଣ

ସ୍ନେହ ମମତାର ମଧୁର ପରଶେ

ବାନ୍ଧିଛି ଆପଣାପଣ।


ଛନ୍ଦମୟ ପୁଣି ଶବ୍ଦହୀନ ଆହା

ରୂପ ରାଇଜର ପରୀ,

ଛଇଳା ଛଟକି ଯାଏ ତ ଅଟକି

ସ୍ଵାଗତରେ ଭେରୀ ତୁରୀ,

ସ୍ଵାଗତ ପାଇଁ ଆଭାରୀ

ଭୁଲି ହିଂସା ଦ୍ଵେଷ ରାଗ ଅଭିମାନ

ନ ହେବା କେ କାହା ବଇରୀ।

ସଭିଏଁ ଭଉଣୀ ଭାଇ ପରି।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational