STORYMIRROR

Akankshya Panda

Abstract

2  

Akankshya Panda

Abstract

"ସଂମ୍ପର୍କ ର ମଧୁରତା"

"ସଂମ୍ପର୍କ ର ମଧୁରତା"

1 min
404

ଆଜି ପ୍ରେମର ପରିଭାଷା ବଦଳି ଯାଇଛି

ଏଠି କାମନା ର ବାସ୍ନାରେ ଶରୀର ର ଭୋକ ମେଣ୍ଟାଯାଏ

ହୃଦୟ ନୁହେଁ ଭୌତିକ ବାଦୀ ମୂଲ୍ୟବାନ ଉପହାର ଦେଇ ଦୃଷ୍ଟି ଆକର୍ଷଣ କରାଯାଏ

ଥରେ candlelight dinner ବଦଳରେ ତାକୁ ଜହ୍ନ ଆଲୁଅରେ 

ଖୋଲା ଆକାଶର ଛାତ ତଳେ କୋଳେଇ ନେଇଦେଖ

ଅଫିସ ରୁ ଫେରି ଯେବେ ଥକିପଡ଼ ତା କୋଳରେ ମୁଣ୍ଡରଖି 

ତୁମପାଇଁ ବାଜୁଥିବା ଅଶ୍ରୁତ ସଂଗୀତ ମୂର୍ଚ୍ଛନା କୁ ଶୁଣିବାକୁ ଚେଷ୍ଟା କର

ଶ୍ରାବଣ ର ଝିପି ଝିପି ବର୍ଷା ରେ ଭିଜି ତା ଶରୀର ର ଉଷ୍ମତା କୁ 

ଚାଖି ଦେଖ 

 ଏ ସବୁ ସତ୍ୱେ ଯୋଦି ସମ୍ପର୍କର ମଧୁରତା କୁ ଅନୁଭବ କରି ପାରୁନ

ତେବେ 

ତୁମ ବ୍ୟସ୍ତତା ବହୁଳ ଜୀବନରୁ କିଛିକ୍ଷଣ କାଢି 

ଜୀବନର ନୀରବଛିନ୍ନ ରାସ୍ତା କୁ ତା ହାତ ଧରି ଏକାନ୍ତରେ ଅତିକ୍ରାନ୍ତ କରିଦେଖ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract