ଅସ୍ତିତ୍ୱ
ଅସ୍ତିତ୍ୱ
ଦିନେ ହଜିଯିବି ଦୂରପାହାଡ଼ର ନୀଳ ଆକାଶ ବକ୍ଷରେ
ସ୍ମୃତିଟିଏ ହୋଇ ଯିବି ତୁମ ମାନସ ପଟ୍ଟରେ
ମୋ ଜୀବନର ପ୍ରତିଟି ମୁହୁର୍ତ୍ତ
ତୁମ ପ୍ରତାରଣାର ଯୁଇରେ ଜଳିଗଲା
ଖାଲି ଗଲା ବେଳେ
ତୁମ ଓଠରେ ମୋ ପାଇଁ ଚେନାଏ ହସ
ଆଖିରେ ଦି ଟୋପା ଲୁହ ଦେଖିଲେ
ଅନାୟଶରେ ଚିର କାଳ ପାଇଁ ଶୋଇଯିବି
ମାଟିର ଦେହରେ ।
ଯେବେ ରାତି ସୋଇଯିବ
ସ୍ବପ୍ନ ହୋଇ ତୁମ ଆଖିରେ ଆସିବି
ତୁମସହ କଟିଥିବା କିଛି ଅଭୁଲା ମୁହୂର୍ତ୍ତ ଭେଟିଦେଇଯିବି ।
ମୁଁ ଆଜିବି ତୁମ ଚର୍ତୁପାର୍ଶ୍ୱରେ ଅଛି
ଥରେ ଖୋଜିବାକୁ ଚେଷ୍ଟା କରିଦେଖ
ମତେ ପାଇବ ପହିଲି ଶ୍ରାବଣର
ଭିଯାମାଟିର ବାସ୍ନାରେ
ତୁମକୁ ସ୍ପର୍ଶ କରିଯାଉଥ
ିବା ସମୁଦ୍ରର ଲହଡିରେ
ତ ଆଉକେବେ ତମେ ଘଣ୍ଟା ଘଣ୍ଟା ଧରି ଉପଭୋଗ କରୁଥିବା
ଶୀତଳ ଜହ୍ନର ଜ୍ୟୋସ୍ନାରେ ।
ସବୁଦିନ ଗୋଲାପ ହୋଇ ଫୁଟିବି
ତୁମ ସବୁଜ ବନାନୀରେ
କ୍ଷଣକ ପାଇଁ ହାଉପଛକେ
ଖୁସିରେ ଆତ୍ମହରା ହୋଇଉଠିବି
ତୁମ କୋମଳ ସ୍ପର୍ଶରେ ।
କେବେ ସମୟ ମିଳିଲେ
ଝାଙ୍କି ଦେଖିବ ତୁମ ସ୍ମୃତିର ପ୍ରଚ୍ଛଦ ପଟ୍ଟରେ
କେମିତି ଜାଳିଦେଇଥିଲ
ମୋ ଭଲ ପାଇବାକୁ ତୁମ କାମନାର ନିଆଁରେ ।
ଆଜି ମୋର ଅସ୍ତିତ୍ୱ ନାହିଁ
ତଥାପି ମୁଁ ରହିଛ ତୁମ ପ୍ରତିଟି ମୁହୂର୍ତ୍ତରେ
ଯଦି କେବେ ମନେପଡେ
ଆଉ କଉଠି ନ ଖୋଜି ମତେ ଥରେ ଅନୁଭବ କରିବ
ତୁମ ହୃଦୟର ସ୍ପନ୍ଦନରେ ।