STORYMIRROR

Akankshya Panda

Fantasy Thriller

3  

Akankshya Panda

Fantasy Thriller

ଅସ୍ତିତ୍ୱ

ଅସ୍ତିତ୍ୱ

1 min
409

ଦିନେ ହଜିଯିବି ଦୂରପାହାଡ଼ର ନୀଳ ଆକାଶ ବକ୍ଷରେ

ସ୍ମୃତିଟିଏ ହୋଇ ଯିବି ତୁମ ମାନସ ପଟ୍ଟରେ

ମୋ ଜୀବନର ପ୍ରତିଟି ମୁହୁର୍ତ୍ତ

ତୁମ ପ୍ରତାରଣାର ଯୁଇରେ ଜଳିଗଲା 

ଖାଲି ଗଲା ବେଳେ

ତୁମ ଓଠରେ ମୋ ପାଇଁ ଚେନାଏ ହସ 

ଆଖିରେ ଦି ଟୋପା ଲୁହ ଦେଖିଲେ

ଅନାୟଶରେ ଚିର କାଳ ପାଇଁ ଶୋଇଯିବି 

ମାଟିର ଦେହରେ ।

ଯେବେ ରାତି ସୋଇଯିବ

ସ୍ବପ୍ନ ହୋଇ ତୁମ ଆଖିରେ ଆସିବି 

ତୁମସହ କଟିଥିବା କିଛି ଅଭୁଲା ମୁହୂର୍ତ୍ତ ଭେଟିଦେଇଯିବି ।

ମୁଁ ଆଜିବି ତୁମ ଚର୍ତୁପାର୍ଶ୍ୱରେ ଅଛି

ଥରେ ଖୋଜିବାକୁ ଚେଷ୍ଟା କରିଦେଖ

ମତେ ପାଇବ ପହିଲି ଶ୍ରାବଣର 

ଭିଯାମାଟିର ବାସ୍ନାରେ

ତୁମକୁ ସ୍ପର୍ଶ କରିଯାଉଥିବା ସମୁଦ୍ରର ଲହଡିରେ 

ତ ଆଉକେବେ ତମେ ଘଣ୍ଟା ଘଣ୍ଟା ଧରି ଉପଭୋଗ କରୁଥିବା 

ଶୀତଳ ଜହ୍ନର ଜ୍ୟୋସ୍ନାରେ ।

ସବୁଦିନ ଗୋଲାପ ହୋଇ ଫୁଟିବି 

ତୁମ ସବୁଜ ବନାନୀରେ

କ୍ଷଣକ ପାଇଁ ହାଉପଛକେ 

ଖୁସିରେ ଆତ୍ମହରା ହୋଇଉଠିବି

ତୁମ କୋମଳ ସ୍ପର୍ଶରେ ।

କେବେ ସମୟ ମିଳିଲେ 

ଝାଙ୍କି ଦେଖିବ ତୁମ ସ୍ମୃତିର ପ୍ରଚ୍ଛଦ ପଟ୍ଟରେ 

କେମିତି ଜାଳିଦେଇଥିଲ 

ମୋ ଭଲ ପାଇବାକୁ ତୁମ କାମନାର ନିଆଁରେ ।

ଆଜି ମୋର ଅସ୍ତିତ୍ୱ ନାହିଁ

ତଥାପି ମୁଁ ରହିଛ ତୁମ ପ୍ରତିଟି ମୁହୂର୍ତ୍ତରେ

ଯଦି କେବେ ମନେପଡେ 

ଆଉ କଉଠି ନ ଖୋଜି ମତେ ଥରେ ଅନୁଭବ କରିବ

ତୁମ ହୃଦୟର ସ୍ପନ୍ଦନରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy