STORYMIRROR

Akankshya Panda

Thriller

3  

Akankshya Panda

Thriller

"ଆତ୍ମସମ୍ମାନ "

"ଆତ୍ମସମ୍ମାନ "

1 min
255

ଭଲପାଏ ମୁଁ ନିଜେ ନିଜକୁ 

ସମ୍ମାନ ଦିଏ ମୋ ଅନ୍ତର ଆତ୍ମାକୁ 

ହଁ ମୁଁ ଗର୍ବିତ ନେଇ ମୋ ବ୍ୟକ୍ତିତ୍ୱକୁ ।

ହଜି ଯିବାକୁ ଭଲ ଲାଗେ ମତେ ମୋ ଅନାବନା କଳ୍ପନାରେ 

ବିଲୀନ ହୋଇଯିବାକୁ ଇଛା ହୁଏ ଏ ଜୀବନ୍ତ ପ୍ରକୃତିରେ 

କାହିଁକିନା ଜୀବନର ଝଡରେ ଭାଙ୍ଗିପଡ଼ି ଯେବେ ସାଥିଟିଏ ଖୋଜିଥିଲି

କୁଠାର ଘାତ ହୋଇଥିଲା ମୋ ସତ୍ତାରେ

ମୋ ଶାଳୀନତାରେ 

ମୋ ଆତ୍ମ ସମ୍ମାନରେ ।

ଯେବେ ବି ନିଜର ଏକାକୀତ୍ୱର ଉପଶମ ପାଇଁ 

ଲୋଡ଼ିଥିଲି ସାହାରା ଏ ଦୁନିଆଁର 

ପାଇଥିଲି ନିଜେ ନିଜକୁ କାହାର ପ୍ରତ୍ୟାଖ୍ୟାନରେ 

କେବେ ପ୍ରତାରଣାର

ତ କେବେ, ଉପହାସ ପୂର୍ଣ୍ଣ ସ୍ମିତହାସ୍ୟରେ ।

ହେଲେ ଜୀବନ ର ଏ ସଂକୀର୍ଣ୍ଣ ଘାଟିରେ ଚାଲୁ ଚାଲୁ 

ଶିଖିଯାଇଛି ଅନେକ କିଛି

ନିଜର ଖୁସିକୁ ଆଉ କାହା ଭିତରେ ଖୋଜିବା କେତେ ବେଦନା ଦାୟକ ।

ହେଲେ ଆଜିମୁଁ ଚିରନମସ୍ୟ ସେ ହିଂସ୍ର ମାନବ ପାଖରେ

ଯୋଡି ଦେଇଥିବାରୁ ଏକ ଦୁଃଖଦ ପୃଷ୍ଠା ମୋ ଜୀବନ ପୁସ୍ତକରେ 

 ହୁଏତ ସେଥିପାଇଁ ମୁଁ ସମର୍ଥ ନିଜେ ନଜର ଅନ୍ତଃ ସ୍ୱର ଶୁଣିବାକୁ 

ଯଉଠି ପ୍ରତି ମୁହୂର୍ତ୍ତ ରେ କେବଳ ଗୋଟିଏ ହିଁ ଧ୍ଵନି ପ୍ରକମ୍ପିତ ହୁଏ 

ହଁ ଭଲ ପାଏ ମୁଁ ନିଜେ ନିଜକୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Thriller