ବିଦ୍ୟାଳୟ ଜୀବନ
ବିଦ୍ୟାଳୟ ଜୀବନ
ମନେପଡ଼ିଯାଏ ପିଲାଦିନର ସେ
ବିଦ୍ୟାଳୟ ଜୀବନ
ଯାହା ସଦା ଅପାଶୋରା ।
କେବେ ଭୁଲି ହୁଏନା ସେଦିନ
ଧାଡି ଧାଡି ଠିଆ ହୋଇ ବିଦ୍ୟାଳୟ
ବାରଣ୍ଡାରେ ପ୍ରାର୍ଥନା କରିବାର ଛବି
କେଡେ ରମଣୀୟ ॥
ଆଜି ବି ପଡୁଛି ମନେ ବିଦ୍ୟାଳୟ
ଖେଳ ପଡିଆର ଫୁଟବଲ୍ ଖେଳ
ଭଲିିବଲ୍ କବାଡି କ୍ରିକେଟ୍
ଏକ୍ସରସାଇଜ୍ ସବୁ
ହିତକାରୀ ଭାରି ଲୋଭନୀୟ ॥
ପାଠ ପଢା କି ସୁନ୍ଦର ଥିଲା
ଶିକ୍ଷକଙ୍କୁ ଥିଲା ଡର ଭୟ
ଟିଉସନ ନଥିଲା ଜରୁରୀ
ଏକ୍ସଟ୍ରା କ୍ଳାସ୍ ଚାଲୁଥାଏ କେବେ ॥
ହସ୍ତାକ୍ଷର ଲେଖା କି ସୁନ୍ଦର
ତର୍କ ଗୀତ ପ୍ରତିଯୋଗିତାର
ଆୟୋଜନ ହେଉଥାଏ କେବେ
ଡ୍ରାମା କଥା କେବେ ଭୁଲି ନୁହେଁ ॥
ଗଣେଶ ଓ ସରସ୍ୱତୀଙ୍କର
ପୂଜା ହୁଏ ଯେବେ ବିଦ୍ୟାଳୟେ
ଶୃଙ୍ଖଳିତ ଛାତ୍ର ଛାତ୍ରୀଗଣ
ଖୁସି ଆମ ନଜାଣଇ କିଏ ?
ସ୍ବାଧୀନତା ଦିବସରେ ତଥା
ଗଣତନ୍ତ୍ର ଦିବସ ଆସିଲେ
ଗାନ୍ଧିଜୟନ୍ତୀରେ ପୁଣି
ଶିକ୍ଷକଙ୍କ ଦିବସ ଦିନରେ
ଲମ୍ବା ଧାଡି ବାନ୍ଧି ଆମେ
ଛାତ୍ର ଛାତ୍ରୀଗଣ
ପରିକ୍ରମା କରି ଗାଁ ଗଣ୍ଡା
ଦେଉଥିଲୁ ବାର୍ତ୍ତା ଜାଗରଣ ॥
କାହିଁଗଲା ଚାଲି ଆମ
ସେ ସୁଦିନ ସବୁ
ରହିଲା ତା ଅତୀତ ସ୍ମୃତିରେ
ବିଦ୍ୟାଳୟ ଜୀବନ ସୁନ୍ଦର
ଏକଥାଟି କିଏ ଭୁଲି ପାରେ ?
