STORYMIRROR

Prasanta Kumar Behera

Romance Fantasy

3  

Prasanta Kumar Behera

Romance Fantasy

ମୋହ‍ାଚ୍ଛନ୍ନ

ମୋହ‍ାଚ୍ଛନ୍ନ

1 min
143

ସ୍ୱପ୍ନର ମାନସୀ ତମେ

ରୂପବତୀ ରାଜଜେମା

ପରୀ ରାଇଜରୁ ଆସିଛ 

ନା ତମେ ସେଇ

ସ୍ୱର୍ଗର ଅପସରା?

ତମ 

ପ୍ରେମର ବର୍ଷାରେ

ଭିଜିବାକୁ ଖୁବ୍ ଇଚ୍ଛା ହୁଏ 

ଖିଲିଖିଲି ହସରେ

ମନ ମୋର ବିମୋହିତ ହୁଏ

ସେଇ ଲାଜ ଲାଜ ଭାବ

ମୋ ଭିତରେ ଭରିଦିଏ 

କାହିଁ କେତେ ମୁଗ୍ଧ ଅନୁଭବ l

ତମ 

ପାଉଁଜିର ଛମ୍ ଛମ୍ ଶବ୍ଦ 

ମୋ ମନରେ ସୃଷ୍ଟିକରେ

ନିଆରା ଆଲୋଡନ

ମତୁଆଲା କଥାରେ

ମୁଁ ନିଜକୁ ହଜାଇ

ଆନମନା ହୁଏ

ମିଠା ମିଠା ଛୁଆଁ

ଦେହରେ ମୋର ଅପୂର୍ବ 

ଶିହରଣ ଖେଳାଇ

ମନକୁ ଆହ୍ଲାଦିତ କରେ l

ତମେ କୁହତ?

ଆଖି କଣ କେବେ ଦେଖିପାରେ

ତମ ଅଳସ ଦେହର

ଅପହ଼ଞ୍ଚ ଇଲାକାରେ

ଲୁକ୍କାୟିତ ଥିବା ସେଇ

ସବୁ ଅପୂର୍ବ ସୌନ୍ଦର୍ଯ୍ୟକୁ?

ତମେ ବି ଜାଣ

ଓଠ କଣ କହିପାରେ

ମୋ ହୃଦୟର ସେଇ

ଗୋପନ ଗମ୍ଭିରିରେ

ବନ୍ଦୀ ହୋଇଥିଵା  

ସବୁ ମନର କଥାକୁ?

ହୃଦୟର ରାଣୀ ମୋର

ତମେ ତ ଠିକ୍ ଜାଣ 

ତମପାଇଁ ସବୁବେଳେ

ନିସ୍ୱାର୍ଥ ମୋ ପ୍ରେମ

ସମର୍ପିତ ଭାବ

ଉଲ୍ଲସିତ ମନ

କେତେ ଅଭୁଲା ସ୍ମୃତି 

ସବୁ ଆଜି ତନମନକୁ

କରେ ମୋହାଚ୍ଛନ୍ନ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance