STORYMIRROR

Prafulla Chandra Mishra

Fantasy

4  

Prafulla Chandra Mishra

Fantasy

ଶୀତ ତୁମେ

ଶୀତ ତୁମେ

1 min
245


ଶୀତ ତୁମେ ପ୍ରକୃତିର ହୀରା, ମୋତି, ମାଣିକର ଝରା

ଶୀତ ତୁମେ ମାର୍ଗଶିର ପକ୍ଵ ଶସ୍ୟ ବାସ୍ନାର ଫୁଆରା

ଶୀତ ତୁମେ କୃଷକର ମନ ତଳ ଆନନ୍ଦ ନିର୍ଝର

ଶୀତ ତୁମେ ସୌଦାଗର ସତେ ଅବା ନିରନ୍ଧ୍ରରାତିର ।।

 

ଶୀତ ତୁମେ ମଧୁରାତି ମଧୁମତୀ ଅନିନ୍ଦ୍ୟ ସୁନ୍ଦରୀ

ଶୀତ ତୁମେ ହାଡ଼ଭଙ୍ଗା ହିମମାଳା ଦୈତ୍ୟ ସୁକୁମାରୀ ।।

 

ଶୀତ ତୁମେ ପ୍ରଣୟର ମଧୁଝରା ସୁଲଗ୍ନା କୁମାରୀ

ଶୀତ ତୁମେ ମହନୀୟ ନିୟତିର ଅବା ନୀଳପରୀ,

ଶୀତ ତୁମେ ଚୁମିଯାଅ ନୀଳକଇଁ ଲାଲିମା ଅଧରେ

ଶୀତ ତୁମେ ଭାରି ମିଠା ପ୍ରଣୟିନୀରକ୍ତିମ ଓଠରେ ।।

 

ଶୀତ ତୁମେ ମଧୂମକ୍ଷି ସ୍ଵତ୍ସପକ୍ଷେ ନିୟତ ଅଧୀର

ଶୀତ ତୁମେ ଇନ୍ଦ୍ରଧନୁ ସାତରଙ୍ଗ ସୁଷୀମ ସମ୍ଭାର ।।

 

ଶୀତ ତୁମେ ଜିନିଆ,ସେବତୀ, ଗେଣ୍ଡୁଫୁଲର ମହକ

ଶୀତ ତୁମେ ଦୂର୍ବାଦଳେ ମଣୀ,ମୁକ୍ତା,ହୀରାର ଝଲକ

ଗୋଲାପରେ ଶୀତ ତୁମେ ପ୍ରେମେମଗ୍ନ ତୁଷାରର ବିନ୍ଦୁ

ଶୀତ ତୁମେ ସପନର ପ୍ରୀତି ମଖା ଆକାଶର ଇନ୍ଦୁ ।।

 

ଶୀତ ତୁମେ ସରଗର ମିଟି ମିଟି ତାରାର ଓଠରେ

ବିନ୍ଦୁ ବିନ୍ଦୁରୂପା ଝର ଝର ଝର ତୁଷାର ବିନ୍ଦୁରେ ।।

 

ଶୀତ ତୁମେ କୁଝ୍-ଟିକା ଘେରା ଭରା ପବିତ୍ର ପ୍ରତ୍ୟୁଷ

ଶୀତ ତୁମେ ସପନରେ ପ୍ରୀୟା କୋଳ ଉଷୁମ ପରଶ

ଦୁଃଖୀ ଭଙ୍ଗା କୁଡ଼ିଆରେ ଶୀତ ତୁମେ ବଡ ଭୟଙ୍କର

ତୁଳିତଳ୍ପ ଶଯ୍ୟା ଧାରେ ଶୀତ ତୁମେ ବଶ୍ୟ ଧନୀକର ।।

 

ଶୀତ ତୁମେ ପ୍ରଣୟର ଜ୍ୟୋତ୍ସ୍ନାଝରା ମଧୁର‌ ଜାମିନୀ

ଶୋରିଷ କ୍ଷେତରେ ଶୀତ କମନୀୟ ଅଳସୀ କାମିନୀ।।

 

ଜୋଛନାରେ ଚୁନା ଚୁନା ଶିକରରେ ଶୀତ ହସୁଥାଇ

ଲକ୍ଷ୍ମୀ ସାମନ୍ତାଣୀ ଝୋଟି ପାଦପଦ୍ମେ ଶୀତ‌ ମାରେ ହାଇ ।।

ଶୀତ ତୁମେ ଶିଶିର ବିନ୍ଦୁରେ ଆଳସୀ କୁସୁମ ଗୀତ

ଶୀତ ତୁମେ ବିଦେଶୀ ଅତିଥି ବିହଙ୍ଗମ ପ୍ରୀୟ ମିତ ।।

 

ଶୀତ ତୁମେ ଦୟା,ମାୟା ହୀନ ଏକ ମଧୁର ପରଶ

ଶୀତ ତୁମେ ମଧୁଶାଳା ପିଆଲାରେ ଶେଷ ଓଠ ସ୍ପର୍ଶ ।।

 

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy