STORYMIRROR

Samar Ballav Bhoi

Tragedy Fantasy Inspirational

4  

Samar Ballav Bhoi

Tragedy Fantasy Inspirational

ଜ୍ଵଳନ୍ତ ଖବର ସବୁଦିନ

ଜ୍ଵଳନ୍ତ ଖବର ସବୁଦିନ

1 min
339

ରାସ୍ତାର ନିଦ ଭାଙ୍ଗି 

ଦୃତଗାମୀ ଗଡ଼ି ଚାଲେ ଅନେକ

ଘଟଣା ପରେ ଘଟଣା ପୁଣି

ଦୁର୍ଘଟଣା ସବୁ ଏଠି ସେଠି

ପହଞ୍ଚି ଯାଏ ଖବର 

ଟିଭି ମୋବାଇଲରେ

ଭାଇରାଲ ହୋଇ

ଜ୍ଵଳନ୍ତ ଖବର ସବୁ

ଗାଁ ରୁ ସହର ପର୍ଯ୍ୟନ୍ତ।


ହସ୍ପିଟାଲର ଚିକିତ୍ସା ରେ

ଅନୀତି ଦୁର୍ନୀତି ସବୁ

ସଜ ଫୁଲ ପରି ଫୁଟି ଉଠେ

ଖବର ଦୁନିଆ ରେ

ଏତେ ଦେଲେ ହେବ ତୁମ କାମ

ନହେଲେ ଅପରେସନ ସମୟରେ

ଛୁଞ୍ଚି କଇଁଚି ସବୁ ସହ ସିଲେଇ କରି

ଛାଡି ଥାନ୍ତି ପେଟ ଭିତରେ

ଏସବୁ କୁ ଜ୍ଵଳନ୍ତ ଖବର କରି

ପ୍ରକାଶିତ ହୁଏ ଗୋଟିଏ ଖବରରୁ

ଅନ୍ୟ ଏକ ମାଧ୍ୟମରେ ।


ରାଜନୀତି ପଶାକାଠି ର

ଯନ୍ତ୍ରଣା ରେ ଛଟପଟ ଜନତା

ଆଜି ପେଟ୍ରୋଲ ଡିଜେଲ ସବୁ

ମାରୁଛନ୍ତି ଶତକ ପରେ ଶତକ

ଦରଦାମ ନିୟନ୍ତ୍ରଣ ବାହାରେ

ଅଟକିବାର ନାହିଁ କିଛି ବାଟ

ମାଡି ଆସୁଛି ସୁନାମି ପରି

ସକାଳ ର ଖବର କାଗଜରେ

ତାକୁ ପଢି ପଢି ଜନତା

ମନେ ଭାବିଲେଣି ହେବେ ସେ ନେତା । 


ମରଣଯନ୍ତା ପାଲଟିଛି

ମନ ଆଉ ବିବେକ

ମେଳ ନାହିଁ ମନ ଓ ବିବେକ ରେ

ଏଠି ଭାଇ ବନ୍ଧୁ ଆଉ ପରିବାର

ଦୁରେଇ ଯାଉଛନ୍ତି ଏ ମହାମାରୀର 

ମାୟା ଜାଲ ଭିତରେ

ମାନସିକ ଭାରସାମ୍ୟ ହରାଇ

ଅଚେତ୍ ହୋଇ ଶୋଇ ପଡୁଛି

ଗାଁ ରୁ ସହର

ଏବେ ଏବେ ପ୍ରକାଶିତ ଏ

ଜ୍ଵଳନ୍ତ ଖବର ।


ଲାଞ୍ଚୁଆକୁ ଲାଞ୍ଚ ମହାମାରୀ ପରି

କରିନେଇଛି ନିଜର

କିଛି କିଛି ଦେଲେ ହେବ ତୁମ କାମ

ନହେଲେ ଅପେକ୍ଷା କର 

ଅନେକ ଦିନ

ବିଚରା ମଣିଷର ନୀରବତା

ଆଉ କାହା ପାଇଁ ସୁଯୋଗ

କେମିତି ଚାଲିଛି ଏ ଦପ୍ତର

ଆଉ କଚେରୀ ବଜାର

ଏ ଏକ ସ୍ବତନ୍ତ୍ର ଜ୍ଵଳନ୍ତ ଖବର

ସବୁଦିନ ଏ ଖବର କାଗଜର ।


ହାତୀ ମଣିଷର ଲଢେଇ

ଚାଲିଛି ଅନେକ ଦିନ ଧରି

କେବେ କେବେ ଖବର କାଗଜର

ହୃଦୟ ପୃଷ୍ଠାଟି ଭାରି ଲାଗେ

ଏସବୁ ଖବର ପଢ଼ି

ସବୁଦିନ ଚାଲିଥିବ ଏମିତି

କେତେ କେତେ ଘଟଣା ଦୁର୍ଘଟଣା

ଜ୍ଵଳନ୍ତ ଖବର ହୋଇ

ପ୍ରକାଶିତ ନିତି ।


Rate this content
Log in

Similar oriya poem from Tragedy