STORYMIRROR

Lalit kumar Swain

Tragedy Fantasy Inspirational

3  

Lalit kumar Swain

Tragedy Fantasy Inspirational

ଜୀବନ ପରେ ଜୀବନ

ଜୀବନ ପରେ ଜୀବନ

1 min
198


ମୃତାଣ୍ଡ ତଳର ମଣିଷ ମୃତ୍ୟୁ ଅପେକ୍ଷାରେ

ମୃତ ପ୍ରାୟ ମଣୁଥାଏ ଦିନ ମାସ ସରେ।

ଗତପ୍ରାଣ ଜୀବନକୁ ଗତିଶିଳ କଥା

କିଏ ଜାଣିଅଛି ଗତି ସତ୍ୟ ଅବା ମିଥ୍ୟା।

ଯଦି ଜୀବ ଜୀବ ପାଏ, ଜୀବନର ପରେ

ଯଦ୍ୟପି ଏ ଜୀବନର ଯାତ୍ରା କଥା ସ୍ମରେ।

ମୁଁ ଯିବି ଯାତରା ସାରି ଜଲଦି ସେ ଠାବକୁ

ହରି, ବଦଳାଇ ଦେବି ସର୍ବ ଯାତନାକୁ।

ଲମ୍ବା ରାସ୍ତା ଲଙ୍ଘିଯିବି ଲକ୍ଷ୍ୟ ହୀନ ହୋଇ

ତୁମ ହାତ ଛାଡିବିନି ଲକ୍ଷ୍ୟସ୍ଥଳ ପାଇ।

ଆଜିର ସ୍ୱପ୍ନିଳ ଚକ୍ଷୁ ଚିକ ଚିକ କରି

ଚାଲୁଥିବି ଦେଖିଥିବା ସ୍ବପ୍ନ ପୁରା କରି।

ଅଳ୍ପ ସଂରାବକୁ ସ୍ପଷ୍ଟ ଶ୍ରବଣରେ ଭରି

ସରନ୍ତା ସମାସ ସାଥୀ ସ୍ବପ୍ନ ସ୍ଥାନ ପରେ

ମୋର ମୁଖ୍ୟ ହୋଇଥାନ୍ତା ତୁମ ମିଠା ହସ

ମାଧ୍ଵ ସମ୍ପର୍କରେ ମାନ ଅଭିମାନ ଯଶ।

ଆଜିର ଅଧା ଜୀବନ ଅଧ୍ରୁବ ଅନଙ୍ଗ

ଅବସର ଅବସାଦ ଅବବୋଧ ଏକ

କଳ୍ପନାରେ ଜୀବନକୁ ଆଶା ଅସୁମାରୀ

ଜିଇଁଛେ ଜୀବନ ପର ଜୀବନକୁ ସ୍ମରି।

ଜୀବନ ଜ୍ବଳନ ମୁକ୍ତି ପର ସେହି ରାଜ୍ୟ

ଦେଖିବାକୁ ଅସମର୍ଥ ଆମ ଭଳି ଭାଗ୍ୟ

ପୁଷ୍ପବାଟିକା କି କଣ୍ଟାଚାଦରର ମାଟି

ଅବା ଥିବ ଅସମ୍ପୂର୍ଣ୍ଣ ମଣିଷଙ୍କ ପାଟି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy