STORYMIRROR

Sunanda Mohanty

Romance Fantasy Others

3  

Sunanda Mohanty

Romance Fantasy Others

ସନ୍ଧ୍ୟା

ସନ୍ଧ୍ୟା

1 min
221


ସନ୍ଧ୍ୟା ଗୋ ତୁମ 

ଓଢଣା ର ରଂଗ 

ଭଲ ଲାଗେ ମତେ କାଇଁ 

ମୋ ବୋଉର ମୁଁହ 

ଚଉରା ମୂଳେ ଦିଶେ 

କାରଣଟା ବୋଧେ ଏହି

ସନ୍ଧ୍ୟା ଗୋ ତୁମ ଅଳସୀ 

ଆଖିର କଜ୍ଜ୍ଵଳେ ସଜ୍ଜଳ ହୋଇ 

ଗାଁ ଦାଣ୍ଡ ଧୂଳି 

ଗୋଠ ବାହୁଡା଼ ମେଳି 

ମନେ ପଡେ ଏତେ କାଇଁ 

ସନ୍ଧ୍ୟା ଗୋ ତୁମ 

କଳା ଘୁମର ବେଣୀରେ 

ସଜଫୁଟା ଜୁଇ ଯାଇ 

ବାସୁଛି ଅଗଣା 

ବାସୁଛି ମୋ ମନ 

ପୁରୁଣା ସ୍ମୃତି ସବୁ ଉଠେ ଚେଇଁ 

ସନ୍ଧ୍ୟା ଗୋ ତୁମ ଆଷାଢ଼ୀ ପଣତେ 

ମେଘ ମଲ୍ହାର ଛାଇ 

ଆକାଶଟା ଲାଗେ ନହୁଲି ନହୁଲି 

ତାରା ଫୁଲ ହସେ ଖିଲିଖିଲି ହୋଇ 

ସନ୍ଧ୍ୟା ଗୋ ତୁମେ ଆସିଗଲେ 

ଭାଗବତ ପଢା ହୋଇ 

ପ୍ରତିଘରୁ ଉଠେ 

ଝୁଣା ସଳିତାର ବାସ୍ନା 

ଓଁକାର ସ୍ବରେ ବହି 

ଭଲଲାଗ ତୁମେ ଏତେ କାହିଁ ପାଇଁ 

ଆନମନା ଯାଏ ହୋଇ 

ବସିଯାଏ ଯେବେ ଲେଖିବି କବିତା 

କାଗଜରେ ତୁମ ପାଇଁ 

ତୁମେ ଲାବନ୍ୟର କାଇଁଚମାଳିଆ 

ମନ ହୁଏ ହାଇଁ ପାଇଁ 

ସନ୍ଧ୍ୟା ଗୋ ତୁମେ 

ଅଭିସାରିକା କିଗୋ 

ମନ ଉପବନେ ସଖି 

କିଏ ଚାଲିଯାଏ ଆଖିମାରି ଦେଇ 

ସନ୍ଧ୍ୟା ଗୋ ତୁମ ରଙ୍ଗରେ ଯାଦୁ 

ବଶୀଭୂତ ଯାଏ ହୋଇ 

ସକାଳ ର ରଂଗ ସୁନେଲି ସୁନେଲି 

ହେଲେ ତୁମ ରଂଗ ସବୁଠୁ ନିଆରା 

ଇନ୍ଦ୍ରଧନୁ ସାତ ରଂଗ ମିଶି ଥାଇ 

ତୁମ କବରୀ ପାଶରେ ସଖି ଥରଟେ ଯାଆନ୍ତି 

ନିଘୋଡ଼ ନୀଦରେ ଶୋଇ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance