STORYMIRROR

Urmila Mohanty 443993

Fantasy

3  

Urmila Mohanty 443993

Fantasy

ଭଉଣୀ ସ୍ମୃତି

ଭଉଣୀ ସ୍ମୃତି

1 min
222


ସବୁ ସମ୍ପର୍କଠୁ  ମଧୁର ସମ୍ପର୍କ 

ସିଏତ ରକ୍ଖା୍ଷ ବନ୍ଧନ 

ସ୍ନେହ ମମତାରେ ବନ୍ଧା ଏ ବନ୍ଧନ

ରହିବ ସାରା ଜୀବନ 

  

ଯେତେ ଦୁଃଖ ଥିଲେ ଭାଇ ଡାକିଦେଲେ 

ମନ ମୋ ତରଳି ଯାଏ 

ଭାଇ ଭଉଣୀର  ନିବିଡ ସମ୍ପର୍କ 

ତାହାକୁ ଭୁଲିବ କିଏ 

  

ଯେତେ ଦୁରେ ଥିଲେ ଭାଇ ମୋ ଯେଉଁଠି 

ଭଉଣୀ ମଙ୍ଗଳ ଚାହେେଁ 

ଭାଇର ଖୁସିରେ ଭଉଣୀର ଖୁସି 

ରକ୍ତର ସମ୍ପର୍କ ସିଏ 

  

ଭଉଣୀର ମାନ ରଖିବା ପାଇଁ 

ବିଧାତା ଦେଇଛି ଭାଇ 

ପବିତ୍ର ବନ୍ଧନ  ଭାଇ ଭଉଣୀର 

ଚିରଦିନ ଥାଉ ରହି 

  

ଭାଇ ହାତେ ଯେବେ ଶ୍ରଦ୍ଧାରସୂତାଟେ 

ଭଉଣୀ ବାନ୍ଧିଣ ଦିଏ 

ସବୁ ଆଶୀର୍ବାଦ ଭଉଣୀ ଉପରେ 

ଭାଇ ତା' ଅଜାଡି ଦିଏ 

  

ଯେତେ ଝଡ ଝଞ୍ଜା ଆସୁ ଏ ଜୀବନେ 

ସମ୍ପର୍କକ ଟି ରହିଥାଉ 

ଭାଇର ହାତରେ ରେଶମୀ ଡୋରି ଟି

ସବୁବେଳେ ଶୋଭାପାଉ।। 

    

      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy