STORYMIRROR

Urmila Mohanty 443993

Others

2  

Urmila Mohanty 443993

Others

ତୁମ ଅପେକ୍ଷାରେ ଏକା ଏକା

ତୁମ ଅପେକ୍ଷାରେ ଏକା ଏକା

1 min
1.8K


ତୁମେ ଚାଲିଗଲ ସ୍ବର୍ଗର ସେପାରି

ମୋତେ ଛାଡିଗଲ ଏକା,

କେମିତି ରହିଛି ଜାଣିଛ କି ? ତୁମେ....

ଥରୁ ଟିଏ ଦିଅ ଦେଖା।। (1)

କେତେ ବେଳେ ଜିଉଁଛି ପୁଣି ମରୁଛି

ତୁମେ କି ଦେଖି ପାରୁଛ,

ସବୁ ସୁଖ ମୋର ଭାଙ୍ଗି ଦେଇ ଗଲ

କାହିଁ ଜଳେଇ ମାରୁଛ।। (2)

ସନ୍ଧ୍ୟା ବେଳେ ଆଉ ଦୀପ ଜଳୁ ନାହିଁ

ମୋତେ ତ ଆସଇ ନାହିଁ,

ଠାକୁର ତୁମର ବସି ରହିଛନ୍ତି

ତାଙ୍କୁ ମୁଁ ରହିଛି ଚାହିଁ।। (3)

ମୋର ଘର ଲକ୍ଷ୍ମୀ ଗଲ ଭାରି ଚାଲି

ମାଣ ତ ବସଇ ନାହିଁ,

ଲକ୍ଷ୍ମୀ ଛଡା ହେଇ ବସି ରହିଅଛି

କେମିତି ବଞ୍ଚିବି ମୁହିଁ।। (4)

ସସାଂରର ଲୋଭ ଛାଡି ତ ଗଲାଣି

ନେଇ ଯାଅ ତୁମେ ମୋତେ,

ସବୁ ଆକାଙ୍କ୍ଷା ମୋ ସରିତ ଯାଇଛି

ଆତ୍ମା ଉଡିଯିବ କେବେ।। (5)

ଜଗନ୍ନାଥଙ୍କର ଆଶ୍ରିତ ହୋଇଛି

ଶୁଣିବେ କେବେ ମୋ କଥା,

ଅନାଇ ରହିଛି ଦେଖିବି ତୁମକୁ

ଅପେକ୍ଷାରେ ଏକା ଏକା।। (6)


ଉର୍ମିଳା ମହାନ୍ତି, ଭୁବନେଶ୍ବର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍