STORYMIRROR

Urmila Mohanty 443993

Others

4.8  

Urmila Mohanty 443993

Others

ନାରୀ

ନାରୀ

1 min
1.0K



ନାରୀ ମନ କଥା ନାରୀ ଜାଣେ

ନାରୀ ଯେ ଦୁଃଖ ସହି ପାରେ,

ନାରୀ ହିଁ ନାରୀକୁ ଜନ୍ମ ଦିଏ

ନାରୀ ଯେ ମାତା ହୋଇପାରେ।।


ନାରୀ ଯେ ଭଗିନୀ ନାରୀ ଜାୟା

ବୁଝି କେ ଥାଇ ତାକୁ ପାରେ,

ନାରୀ ସର୍ବସଂହା ନାରୀ ଶକ୍ତି

ଅନ୍ଯର ଦୁଃଖ ବୁଝିପାରେ।।


ନାରୀ ବିନା ସସାଂର ଚଳେନା

ନାରୀ ବିନା ନର ଅଧୁରା,

ସମସ୍ତେ ଜନ୍ମ ହୋଇଥାଆନ୍ତି

କର୍ମ କରିବା ପାଇଁ ପୁରା।।


ନାରୀ ଯେ ଗୃହର ଅଟେ ଲକ୍ଷ୍ମୀ

ସମସ୍ତ କାର୍ଯ୍ୟ କରି ପାରେ,

ନାରୀ ଦେବୀ ହୋଇ ରକ୍ଷା କରେ

ସେ ଚଣ୍ଡୀ ରୂପ ଧରି ପାରେ।।


ନାରୀ ହେଉଛି ମମତା ମୟୀ

ସ୍ନେହରେ ବାନ୍ଧି ରଖି ପାରେ,

ନାରୀ ହୃଦୟ ଭାରି କୋମଳ

ଦୁଃଖ ଦେଖି ତରଳି ପାରେ।।


ନାରୀ ତାର ପରିବାର ପାଇଁ

ଜୀବନ ଦେଇ ରକ୍ଷା କରେ,

ନାରୀ ଭୋକିଲା ରହି ଅନ୍ୟକୁ

ସେ ଖାଇବାକୁ ଦେଇପାରେ।।


ନାରୀକୁ ଭକ୍ତି କରିବା ଶିଖ

ଦୁଃଖ ଦେବା କେବେ ଶିଖନି,

ନାରୀ ଇଜ୍ଜତ ସହ କେବେ ଖେଳନି

ଭଗବାନ କ୍ଷମା ଦେବେନି।।

ଉର୍ମିଳା ମହାନ୍ତି, ଭୁବନେଶ୍ବର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍