STORYMIRROR

Urmila Mohanty 443993

Others

2  

Urmila Mohanty 443993

Others

ସ୍ମୃତି ଏକ ରୂପା ଜହ୍ନ

ସ୍ମୃତି ଏକ ରୂପା ଜହ୍ନ

1 min
1.9K


ସ୍ମୃତି ଏକ ରୂପା ଜହ୍ନ,

ତୋତେ କେତେ ଖୋଜି ଖୋଜି

ହଜାଇ ଦେଇଛି ମନ

ସ୍ମୃତି ଏକ.... (1)

ରହିଲା ସବୁତ ସ୍ବପ୍ନ,

ଗଲୁ ଛାଡି ଦେଇ ମୋତେ

ଭାଙ୍ଗି ଦେଲୁ ମୋର ମନ।

ସ୍ମୃତି ଏକ.... (2)

ରହିଛି ଏଇ ଜୀବନ,

ପଥର କରି ହୃଦୟ

ଭୁଲିଛୁ ପୁରୁଣା ଦିନ।

ସ୍ମୃତି ଏକ ରୂପା ଜହ୍ନ.... (3)

ମୋ ମନ ସାଥେ ତୋ ମନ,

ରଖି ଥିଲୁ ତୁ ସାଇତି

ସାକ୍ଷୀ ଥିଲା ସେହି ଜହ୍ନ।

ସ୍ମୃତି ଏକ ରୂପା..... (4)

ଭୁଲିଲୁ ସେ ପିଲା ଦିନ,

ସଜାଡି ଥିଲୁ ମୋ ଘର

ଫେରିତୁ ଆସିବୁ ଧନ

ରହିଲା ତୋତେ ମୋ ରାଣ।। (5)


ଉର୍ମିଳା ମହାନ୍ତି, ଭୁବନେଶ୍ବର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍