STORYMIRROR

Urmila Mohanty 443993

Classics

3  

Urmila Mohanty 443993

Classics

ପାର୍ବଣ ଋତୁ ଆସିଛି

ପାର୍ବଣ ଋତୁ ଆସିଛି

1 min
199



କାଶତଣ୍ଡୀ ଫୁଲ  ହସିହସି ଡାକେ 

ଆସ ମାଆ ଅବତାରୀ 

ତୁମ ଆଗମନେ ଏ ସାରା ଦେଶରେ 

ହେଉଅଛି ନବରାତ୍ରୀ 

ଶଇଳ ନନ୍ଦିନୀ  ଶଙ୍କର ଘରଣୀ 

ଦୁର୍ଗତି ନାଶୀନି ମାଆ

ସୁଖରେ ରଖିବ  ଦୁଃଖ ହରି ନେବ

ସନ୍ତାାନକୁ ହେବ ସାହା 

ଶରତ ଋତୁଟା ଭାରି ଭଲ ଲାଗେ 

ମାଆଙ୍କ ପାର୍ବଣ ପାଇଁ 

ଅଶୁଭକୁ ନଷ୍ଟ  ବିପତ୍ତିକୁ ଦୂର 

କରିବୁ ମାଆଲୋ ତୁହି 

ଏକ ହସ୍ତେ ତୁମ୍ଭେ  ତ୍ରୀଶୂଳଧରିଛ

ଅନ୍ଯ ହସ୍ତେ ଖଣ୍ଡା  ଧରି

ପାପିକୁ ନାଶିବା  ପାଇଁଁକି ସଂସାରୁ 

ଆସ ମାଆ ଅବତାରୀ 

ଅଧିଷ୍ଠାନ ଦ୍ବାରା ପବିତ୍ର ହୋଇବ 

ଆମ୍ଭ ମାନଙ୍କର ସ୍ଥାନ

ପାପ ହାରିଣୀ ଗୋ  ମାତା ହରପ୍ରିିୟା 

ଦେବ ଆମକୁ ଶରଣ  ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics