STORYMIRROR

Suresh chandra Padhy

Classics

3  

Suresh chandra Padhy

Classics

ଲୋକ ହସା

ଲୋକ ହସା

1 min
176


ଦୁନିଆ ଦାଣ୍ଡରେ ହୁଏ ଲୋକ ହସା

        ପାରି କର ହେ ଗୋସାଇଁ

ତୁମ ବିନା ନାହିଁ ଅନ୍ୟ ଗତି ମୋର

        ତୁମେ ମୋ ଜଗତ ସାଇଁ


ସବୁ ଥାଇ କିଛି ଭଲ ନ ଲାଗୁଛି

     ନିଜ ଲୋକ ବି ପର କରୁଛି

ପାଇବା ଠୁ ହରାଇ ଦେଉଛି ଅଧିକ

     ଅଜ୍ଞାନ ହୋଇ ଯାଏ ମୋ ବିବେକ


ସଂସାର ପଥରେ ହୁଏ ବାଟ ବଣା

        ବାଟ ଦେଖାଇ ଦିଅ ମୋ ପାଇଁ


ଦୁନିଆ ଦାଣ୍ଡରେ ହୁଏ ଲୋକ ହସା....


ଭଲ କାମ କରି ନିନ୍ଦା ବି ଶୁଣୁଛି

       ସୁଖ ଠୁ ଅଧିକ ଦୁଃଖ ଭୋଗୁଛି

ସରଳ ନିରୀହ ହୋଇ କଷ୍ଟ ପାଉଅଛି

       କେତେ ଯନ୍ତ୍ରଣା ନୀତି ସହୁଛି


ଏକା ହୋଇ ଜୀବନେ ବାଟ ଚାଲୁଛି

        ତୁମ ବିନା ମୋ କେହି ନାହିଁ


ଦୁନିଆ ଦାଣ୍ଡରେ ହୁଏ ଲୋକହସା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics