କାଳରାତ୍ରୀ
କାଳରାତ୍ରୀ
ଖୋଲିଦିଅ ଦ୍ୱାର ସିଦ୍ଧିପ୍ରଦେ ଦେବୀ
କାଳରାତ୍ରୀ ଶୁଭଙ୍କରୀ
ବରଦ ମୁଦ୍ରାରେ ବିରାଜ ତ୍ରିନେତ୍ରା
ଚର୍ତୁଭୂଜା ଦିଗମ୍ବରୀ ।
ନିଶୁମ୍ଭ ଶୁମ୍ଭଙ୍କ ନିପାତ ନିମନ୍ତେ
ଆରକ୍ତା ଗାଢ଼ ବିବର୍ଣ୍ଣା
ଭଦ୍ରା ମହାକାଳୀ ଭୟଙ୍କରୀ ମାତେ
ଖରାରୁଢା କୃଷ୍ଣବର୍ଣ୍ଣ। ।
ଗଳେ ମୁଣ୍ଡମାଳ ଶୋହେ ବାମହସ୍ତେ
ଲୌହର ଖଡ୍ଗ ଅଙ୍କୁଶ
ସ୍ମରଣ ମାତ୍ରକେ ଭୂତ ଓ ପିଶାଚ
ଅଗ୍ନିଭୟ ହୁଏ ନାଶ ।
ଧ୍ୟାୟନ୍ତି ଭକତ ମନ ଯୋଗବଳେ
ସପ୍ତମ ଦିବସ ଦିନ
ଜାଗ୍ରତ ହୁଅଇ ଚକ୍ର ସହସ୍ରାର
ଶନିଶ୍ଚର ନିୟନ୍ତ୍ରଣ ।
ନାଶ ହୁଏ ଶତ୍ରୁ ରୋଗଶୋକ ଦୁଃଖ
ଅଭୟ କର ପ୍ରଦାନ
ଦୂର ହୁଏ କାଳ ଖର ବିକଟାଳ
ସ୍ମରିଦେଲେ ଶୁଭନାମ ।
ମାତାଙ୍କ ଆଶିଷେ ପୁରୁ ମନସ୍କାମ
ହେଉ କାର୍ଯ୍ୟ ସର୍ବସିଦ୍ଧି
ଭରିଯାଉ ପ୍ରାଣେ ଉଲ୍ଲାସ ଆନନ୍ଦ
ଶୁଭେଚ୍ଛା ଜଣାଉଅଛି ।