STORYMIRROR

Urmila Mohanty 443993

Tragedy

3  

Urmila Mohanty 443993

Tragedy

ବାହାରେ ହାଡ ଭଙ୍ଗା ଶୀତ

ବାହାରେ ହାଡ ଭଙ୍ଗା ଶୀତ

1 min
459


କେମିତି ଏ ଦୁଃଖରେ ବଞ୍ଚିବି

ବାହାରେ ଯେହାଡ ଭଙ୍ଗା ଶୀତ,

ଗରିବ ମାଆ ଟିଏ କୋଳେ ମୋର

ଦୁଇ ମାସର ଏ ଶିଶୁ ପୁତ୍ର। (1)

ଗଣ୍ଡେ ଦାନା ପାଇଁ ବାର ଦୁଆର

ଛୁଆଟିକୁ ଧରି ମୁଁ ବୁଲୁଛି,

ପିନ୍ଧିବାକୁ ବସ୍ତ୍ର ନାହିଁ ମୋହର

ଚିରା ଶାଢୀ ଟିଏ ମୁଁ ପିନ୍ଧିଛି। (2)

ନାହିଁ ମୋର ପାଖେ ଶୀତ ପୋଷାକ

କିବା ଘୋଡାଇ ହେବାକୁ କନ୍ଥା,

ଛିଣ୍ଡା ପଣତରେ ଢାଙ୍କି ଦେଇଛି

ଶିଶୁ ଟି ପାଇଁ ମୋ ଲାଗଇ ବ୍ୟଥା। (3)

ବାପ ଛେଉଣ୍ଡ ପିଲା ଟିକୁ ଧରି

ନାହିଁ ନଥିବା ଦୁଃଖ ଭୋଗଇ,

ପେଟରେ ମୋର ଦାନା ଟିଏ ନାହିଁ

କେମିତି ଦେବି କ୍ଷୀର ଖୁଆଇ। (4)

କାହା ପାଖରେ ଛାଡି ଯିବିରେ ଧନ

ତୋ ପେଟ ପାଇଁ କରିବି କାମ,

ତୋ ଦୁଃଖ ଆଉ ଦେଖି ପାରିବିନି

ଇଛା ହୁଏ ହାରିବି ଜୀବନ। (5)

ରାସ୍ତା କଡର ଏକ ଦୋକାନର

ବାରଣ୍ଡାରେ ଆଶ୍ରୟ ନେଇଛି,

ଶୀତରେ ଥରି ଥରି ବସିଛି ମୁଁ

ସକାଳକୁ ଅପେକ୍ଷା କରିଛି। (6)

ତୋ ଶୁଖିଲା ମୁହଁଟିକୁ ଦେଖିଲେ

ଦୁଃଖରେ ନୟନୁ ଲୁହ ଝରେ,

ଚକାଡୋଳା ଆମ ଦୁଃଖ ବୁଝିବେ

ବୁଡାଇବେନି ଭବସାଗରେ। (7)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy