STORYMIRROR

Pratima Satpathy

Classics

3  

Pratima Satpathy

Classics

ଅଲିଅଳି ତଅପୋଇ

ଅଲିଅଳି ତଅପୋଇ

1 min
186


ସାଧବ ଘରର ଅଲିଅଳି ଗେହ୍ଲା

    ଝିଅ ଥିଲା ତଅପୋଇ

ସାତ ଭାଇର ସେ ଗୋଟିଏ ଭଉଣୀ

    ଅତି ସରାଗେ ବଢଇ.

 ସାତ ଭାଉଜ ତା ବହୁତ ଶ୍ରଦ୍ଧା ଯେ

     ତଅପୋଇ ଙ୍କି କରନ୍ତି

ବାପା ମାଆ ତାର ଅଝଟ ପାଇଁ ଯେ

    ସୁନାର ଚାନ୍ଦ ଗଢ଼ାନ୍ତି.

ଅଧା ଗଢ଼ା ଚାନ୍ଦେ ମାଆ ଚାଲି ଗଲେ

    ପୁରା ଚାନ୍ଦେ ବାପା ମଲେ 

ସାତ ଭାଇ ମାନେ ବାଣିଜ୍ୟକୁ ଗଲେ

    ଭାଉଜଙ୍କୁ ଯେ କହିଲେ.

ଅଲିଅଳି ଆମ ଗେହ୍ଲି ଭଉଣୀକୁ

   ଅତି ଯତନେ ରଖିବ

ସୁନା ଭଉଣୀର ମନ ରେ କେହି ଯେ

    ଟିକିଏ କଷ୍ଟ ନ ଦେବ.

ଏହା କହି ଦେଇ ତାର ସାତ ଭାଇ

    ଦୂରଦେଶେ ଗଲେ ଚଳି

ସାତ ଭାଉଜଙ୍କ ପାଖରେ ରହିଲା

   ତଅପୋଇ ଅଲିଅଳି.

ଦୋଳିରେ ଝୁଲାନ୍ତି ଭାଉଜ ତାହାର

    ଦେଖି ଯେ ଏକ ବ୍ରାହ୍ମଣୀ

ଭାଉଜ ମାନଙ୍କୁ କୁଶିକ୍ଷା ଦେଇ ସେ

   ମୁଣ୍ଡକୁ କଲା ବାୟାଣୀ.

ତା ଶିକ୍ଷା ରେ ପଡି ଭାଉଜ କହିଲେ 

   ବନରେ ଚରା ତୁ ଛେଳି

କାନ୍ଦି କାନ୍ଦି ତଅପୋଇ ଛେଳି ନେଇ

    ବନସ୍ତକୁ ଗଲା ଚଳି. 

ଛେଳି ହଜିଗଲା, ଖୋଜିଲା ବେଳକୁ

    ଦେଖିଲା ଯେ ଝିଅମାନେ 

ମାଆ ମଙ୍ଗଳାଙ୍କୁ ପୂଜୁଥିଲେ ସେଠି

   ଭକ୍ତି ଭାବରେ ସେମାନେ.

ମାଆ ମଙ୍ଗଳାଙ୍କୁ ଭକ୍ତିରେ ପୂଜିଲା

    ସେହିଠାରେ ତଅପୋଇ

ମାଆ ଲୋ ସୁଦୟା କର ମୋ ଉପରେ

    ବିଦେଶୁ ଆସନ୍ତୁ ଭାଇ.

ମାଆ ମଙ୍ଗଳା ତା ଗୁହାରି ଶୁଣିଲେ

    ମିଳିଗଲା ତାର ଛେଳି 

ଆସିଗଲେ ଭାଇ, ପୁଣି ତଅପୋଇ

    ହୋଇଗଲା ଅଲିଅଳି.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics