STORYMIRROR

Basanti Pattnaik

Classics Inspirational

3  

Basanti Pattnaik

Classics Inspirational

ସାହିତ୍ୟ ଯାତ୍ରା

ସାହିତ୍ୟ ଯାତ୍ରା

1 min
221

 ସାହିତ୍ୟ ଶବ୍ଦ ଟି ଅତି ସୁନ୍ଦର

 ଭଲ ପାଉଥାଏ ନିବିଡ଼ତର

 ସାହିତ୍ୟ ମୋର ପ୍ରେମ ର ପସରା

 ବାଲ୍ୟକାଳରୁ ତ ଜଡ଼ିତ ପରା   

ଅହେତୁକ ଆକର୍ଷଣ ରହିଛି ପରା

 ଭରିଛି ଏଥିରେ ଅମୃତ ସାରା

 ସାହିତ୍ୟ ରୁ ସୃଷ୍ଟି ସଙ୍ଗୀତ ଧ୍ୱନୀ

 ରସ ଅଳଙ୍କାରେ ନୃତ୍ୟ ର କୀର୍ତ୍ତି

 ସାହିତ୍ୟ ତ ଅତି ରସାବଳମୟ

ଝରୁଥାଏ ଏଥୁ ଅମୃତ ର ଧାର

ସାହିତ୍ୟ ରେ ଭରିଛି ଶୃଙ୍ଗାର ରସ

 ଭାଷା ଶବ୍ଦାବଳୀ ର ପରିବେଷଣ

 ଦର୍ଶନ,ଚିତ୍ରଣ,ପ୍ରେମର ପସରା

 ଆନନ୍ଦ ଲହରୀ ଅନୁଚିନ୍ତା ର ଧାରା

 ଇଂରାଜୀ ସଂସ୍କୃତ ମାତୃଭାଷା କୁ ନେଇ

 ସାହିତ୍ୟ ଜଡେଇ ବାନ୍ଧିଛି ତ ତହିଁ

 ହାସ୍ୟ,ରୋଷ, ପ୍ରେମ, ବିରହ ରଖ‌ଇ

 ଶବ୍ଦ ରେ ସଜେଇ ସୃଷ୍ଟି ତ କର‌ଇ

ସାହିତ୍ୟ ମାଧ୍ୟମେ ବାର୍ତ୍ତା ତ ଦିଏ

 ସମାଜେ କିଛି ତ ଚିନ୍ତନ ଦିଏ

 ସାହିତ୍ୟ ଅଟ‌ଇ ଆଲୋକ ଧାର

 ସାହିତ୍ୟ ଦର୍ପଣ ସମୁଦ୍ର ସାଗର

 ସାହିତ୍ୟ ଯାତ୍ରା ରେ ବୁଡି ରହିଛି

 ଲେଖନୀ ସୃଷ୍ଟି ପାଇଁ ପ୍ରୟାସ ରଖିଛି।



Rate this content
Log in

Similar oriya poem from Classics