STORYMIRROR

Basanti Pattnaik

Classics Inspirational

3  

Basanti Pattnaik

Classics Inspirational

ସାହିତ୍ୟ ଯାତ୍ରା

ସାହିତ୍ୟ ଯାତ୍ରା

1 min
232

 ସାହିତ୍ୟ ଶବ୍ଦ ଟି ଅତି ସୁନ୍ଦର

 ଭଲ ପାଉଥାଏ ନିବିଡ଼ତର

 ସାହିତ୍ୟ ମୋର ପ୍ରେମ ର ପସରା

 ବାଲ୍ୟକାଳରୁ ତ ଜଡ଼ିତ ପରା   

ଅହେତୁକ ଆକର୍ଷଣ ରହିଛି ପରା

 ଭରିଛି ଏଥିରେ ଅମୃତ ସାରା

 ସାହିତ୍ୟ ରୁ ସୃଷ୍ଟି ସଙ୍ଗୀତ ଧ୍ୱନୀ

 ରସ ଅଳଙ୍କାରେ ନୃତ୍ୟ ର କୀର୍ତ୍ତି

 ସାହିତ୍ୟ ତ ଅତି ରସାବଳମୟ

ଝରୁଥାଏ ଏଥୁ ଅମୃତ ର ଧାର

ସାହିତ୍ୟ ରେ ଭରିଛି ଶୃଙ୍ଗାର ରସ

 ଭାଷା ଶବ୍ଦାବଳୀ ର ପରିବେଷଣ

 ଦର୍ଶନ,ଚିତ୍ରଣ,ପ୍ରେମର ପସରା

 ଆନନ୍ଦ ଲହରୀ ଅନୁଚିନ୍ତା ର ଧାରା

 ଇଂରାଜୀ ସଂସ୍କୃତ ମାତୃଭାଷା କୁ ନେଇ

 ସାହିତ୍ୟ ଜଡେଇ ବାନ୍ଧିଛି ତ ତହିଁ

 ହାସ୍ୟ,ରୋଷ, ପ୍ରେମ, ବିରହ ରଖ‌ଇ

 ଶବ୍ଦ ରେ ସଜେଇ ସୃଷ୍ଟି ତ କର‌ଇ

ସାହିତ୍ୟ ମାଧ୍ୟମେ ବାର୍ତ୍ତା ତ ଦିଏ

 ସମାଜେ କିଛି ତ ଚିନ୍ତନ ଦିଏ

 ସାହିତ୍ୟ ଅଟ‌ଇ ଆଲୋକ ଧାର

 ସାହିତ୍ୟ ଦର୍ପଣ ସମୁଦ୍ର ସାଗର

 ସାହିତ୍ୟ ଯାତ୍ରା ରେ ବୁଡି ରହିଛି

 ଲେଖନୀ ସୃଷ୍ଟି ପାଇଁ ପ୍ରୟାସ ରଖିଛି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics