STORYMIRROR

Kabiratna Nutan Kumar Behera

Classics Inspirational

3  

Kabiratna Nutan Kumar Behera

Classics Inspirational

ମୋ ପ୍ରିୟାର ଗାଆଁ

ମୋ ପ୍ରିୟାର ଗାଆଁ

1 min
135

ଏ ମନ ମୋର ଉଡି଼ଯାଏ ପକ୍ଷୀ ପରି

ନୀଳ ଆକାଶର ଦୂରେ ବହୁ ଦୂରେ

ଆଖି ଆଗେ ଝଲସେ ମୋ ପ୍ରିୟାର ଗାଆଁ,

ଖେଳି ବୁଲି ମୋ ପ୍ରିୟା ଦାଣ୍ଡଧୂଳିରୁ ନଈପଠା

ଆମ୍ବତୋଟା ତାଳବଣରୁ ବିଲ ଝରଣା ପାହାଡ଼

ସ୍ମୃତିରେ ତା' ଯତନେ ଲେଖି ଦେଇଛି ନାଆଁ

ସକାଳ ହେଲେ ନିତି ଆସିଲେ ସୂରୁଜ ଉଇଁ

କଅଁଳ ଖରା ତା' ଦେହକୁ ଯାଏ ଛୁଇଁ

ଖରାରେ କାଳେ କଳା ପଡି ଯିବ

ଡଉଲଡାଉଲ ତାର ସୁନ୍ଦର ଚେହେରାଟି 

ହସ ହସ ଚାନ୍ଦ ପରି ମୁହଁ ମଳିନ ପଡି଼ବ

ବସି ନିଜକୁ ସଜାଇ ସେ ଚାହିଁଥିବ ଆଇନାଟି

ଝରକା ଫାଙ୍କେ ଦେଖୁଥିବ ବାଟକୁ ଅନେଇଁ

ଗାଆଁ ପୋଖରୀରେ ବୁଡି଼ ବୁଡି଼ ଗାଧୋଇ 

ପହଁରି ପହଁରି କଇଁ ଫୁଲ କେତେ ସେ ତୋଳି

ହୋଇଛି ଏବେ ଆଖିକୁ ଭାରି ସୁନ୍ଦରୀ

ଦେଖେ ଯେବେ ତା' ଗାଆଁର ସେ ତାଳବଣ 

ହୋଇ ଉଠେ ମୁଁ ତା' ଭାବେ ଭାବପ୍ରବଣ

ଭଲ ପାଇବାର ଭଲ ଭାଷା ସବୁ

ତା' ପାଖକୁ ନେଇ ଯାଏ ମଧୁ ମଳୟ

ଚୁପି ଚୁପି ମଧୁଝରା କଥା ଖିଲି ଖିଲି ହସ

ସବୁ ମୋର ମନେ ପଡେ ଗୋଟି ଗୋଟି

ସିହରଣ ଖେଳି ପୁଲକି ଉଠେ ହୃଦୟ

ତା' ବନ ବନାନୀ କୋଳେ ସପନ ମୋର

ଖେଳେ କୌତୁହଳରେ ଲୁଚକାଳି

ସବୁଜ ଆଶାକୁ ରଙ୍ଗରେ ରଙ୍ଗାଇ ଦେଇ

ଭାବୁଥିବ ବସି ସେ ଅଭିସାରିକା ସାଜି

ବାଆଁ ଆଖି କାହିଁ ଫରକେ ଆଜି

ମୋ ପରି ଭାବନାରେ ସେ ବି ଯାଇଥିବ ହଜି

ଏକ ମନ ଏକ ପ୍ରାଣ ହୋଇଛି ଆମର

ହୃଦୟ ଦେଇ ହୃଦୟ ପାଇ ହୋଇଛୁ ରାଜି

ମୋ ପ୍ରିୟାର ଗାଆଁ ଡାକେ ହାତ ଠାରି

ବରବେଶ ସାଜି ଯିବି ମୁଁ ଆଡମ୍ବରେ

ବେଦୀରେ ବସି ବାହାହୋଇ ପ୍ରିୟାକୁ ମୋର

ଆଣିବି ସାତ ଜନମ ଲାଗି ତା' ହାତ ଧରି

ଆସିଲେ ସେ ମୋ ସାଥେ ତା' ଗାଆଁ ଛାଡି଼

ସଭିଁଙ୍କୁ ଲାଗିବ ଚୁପ୍ ଚାପ୍ ଖାଁ ଖାଁ

ଆମ ଅମର ପ୍ରେମର ଯେତେ ସ୍ମୃତିକୁ

ଗୀତ କରି ଗାଉଥିବ ମୋ ପ୍ରିୟାର ଗାଆଁ।

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics