STORYMIRROR

Tafizul hussain

Classics

3  

Tafizul hussain

Classics

କଥାତ ଏତିକି

କଥାତ ଏତିକି

1 min
152

କଥାତ ଏତିକି

ତୁମ ଭାବନାରୁ ସେ

ବଳିଯାଏ ଯେତିକି

କଥାତ ଏତିକି ।


ଫୁଲ ଟିଏ ହୋଇ ସେ ଚହଟେ

ଝରଣା ହୋଇ କଡ଼ ଲେଉଟେ

ଜହ୍ନ ଭଳି ଲୁଚକାଳି ଖେଳେ ଯେତିକି

କଥାତ ଏତିକି ।


ଗୋଲାପି କାଗଜର କେଇପଦ କଥା

ଭାବନା ଯେ ଆଉ ପାଏ ନାହିଁ ସତ୍ତା

ନିକାଞ୍ଚ ବନେ ଭମର ଫୁଲକୁ ଖୋଜେ ଯେତିକି

କଥାତ ଏତିକି ।


କେବେ ଛାଇ ପରି ମୋ ପଥ ଧରେ

କେବେ ଦୀପ ଟିଏ ହୋଇ ଜଳିଜଳି ସରେ

ନିଜ ସତ୍ତା କୁ ଆକାଶ ଖୋଜେ ଯେତିକି

କଥାତ ଏତିକି


ସପନ ଉଇଁବାକୁ ଆଉ ରାତି ପାଏ ନାହିଁ

ମରୁଭୂମିରେ ମୁଁ ନିଜକୁ ଦେଇଛି ହଜାଇ

କୋହ ମୋର ଲୁହର ଧାରେ ବହେ ଯେତିକି

କଥାତ ଏତିକି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics