କଥାତ ଏତିକି
କଥାତ ଏତିକି
କଥାତ ଏତିକି
ତୁମ ଭାବନାରୁ ସେ
ବଳିଯାଏ ଯେତିକି
କଥାତ ଏତିକି ।
ଫୁଲ ଟିଏ ହୋଇ ସେ ଚହଟେ
ଝରଣା ହୋଇ କଡ଼ ଲେଉଟେ
ଜହ୍ନ ଭଳି ଲୁଚକାଳି ଖେଳେ ଯେତିକି
କଥାତ ଏତିକି ।
ଗୋଲାପି କାଗଜର କେଇପଦ କଥା
ଭାବନା ଯେ ଆଉ ପାଏ ନାହିଁ ସତ୍ତା
ନିକାଞ୍ଚ ବନେ ଭମର ଫୁଲକୁ ଖୋଜେ ଯେତିକି
କଥାତ ଏତିକି ।
କେବେ ଛାଇ ପରି ମୋ ପଥ ଧରେ
କେବେ ଦୀପ ଟିଏ ହୋଇ ଜଳିଜଳି ସରେ
ନିଜ ସତ୍ତା କୁ ଆକାଶ ଖୋଜେ ଯେତିକି
କଥାତ ଏତିକି
ସପନ ଉଇଁବାକୁ ଆଉ ରାତି ପାଏ ନାହିଁ
ମରୁଭୂମିରେ ମୁଁ ନିଜକୁ ଦେଇଛି ହଜାଇ
କୋହ ମୋର ଲୁହର ଧାରେ ବହେ ଯେତିକି
କଥାତ ଏତିକି ।