STORYMIRROR

Anjana Naik,Anju..Deogarh

Abstract Classics Inspirational

3  

Anjana Naik,Anju..Deogarh

Abstract Classics Inspirational

ସମ୍ପର୍କର ମୃଗତୃଷ୍ଣା

ସମ୍ପର୍କର ମୃଗତୃଷ୍ଣା

1 min
182

ମୁଁ ରାଜନଅର ତ ମାଗିନି 

ମାଗିଛି କେବଳ

ତୁମ ସ୍ନେହର ସାମିଆନା ତଳେ 

ଗଢ଼ା ହୋଇଥିବା ଚାରି ଦିବାର ଯୁକ୍ତ 

ଗୋଟିଏ ଆବଦ୍ଧ,ହାତଗଢ଼ା 

ପଞ୍ଜୁରୀ ଭିତରେ କିଛି କ୍ଷଣ 

ନିର୍ବିଘ୍ନରେ ଜୀବନ ବିତେଇବାର ସମ୍ମତି 

ଯେଉଁଠି ଚଉଦିଗରୁ ପ୍ରବାହିତ ହେଉଥିବ 

ଆବର୍ତ୍ତିତ ସୁଖ, ଶାନ୍ତି ସମ୍ମୋହନ ଯୁକ୍ତ 

ଅନଙ୍ଗ ପୀୟୁଷର ଧାରା ।


ମୁଁ ଅମରାବତୀରେ ସ୍ଥାନ ତ ମାଗିନି 

ମାଗିନି ଅମର୍ତ୍ତ୍ୟ ଶରୀର 

ନଶ୍ବର ଏ କାୟା ଆଜି ଶରାହତ 

ଆପଣା ଲୋକଙ୍କ ଚକ୍ରବ୍ୟୁହରେ 

କ୍ଷତାକ୍ତ ଅବିବଶ୍ବର ଆତ୍ମା 

ଅବିନ୍ୟସ୍ତ ଆଜି ଏ ବାସକ ଶରୀର ।


ଛିଣ୍ଡି ଗଲେ ସବୁ କୃତ୍ରିମ ବନ୍ଧନ 

ବଞ୍ଚିଯିବି ଆମରଣ 

ମରଣ ରାତିର ଶୀତଳ ପରସରେ 

ପୁଣି ବଞ୍ଚିବାର ହୁଏ ଇଚ୍ଛା ଜାଗରଣ

ସମ୍ପର୍କର ହାତଧରି

ଗଭୀର ଗଣ୍ଡରେ ଜୀବନ ନାଆରେ 

ପାରିହେବା 

ଅନ୍ଧାର ରାତିରେ ଏ ଧାରା ଶ୍ରାବଣ ।


ମିଳେ ଯଦି ତୋ ହୃଦୟ 

ସମୁଦ୍ର କୂଳରେ ଟିକେ ଥଳ 

ଦିନରେ ମିଶି ଗଢ଼ିବା ସୌଧ ବାଲିର 

ଚାନ୍ଦିନୀ ରାତିରେ ଦେଖିବା ନିତି ନିତି 

ନୂଆଁ ନୂଆଁ ଅମୁଦା ଆଖିରେ 

ଭବିଷ୍ୟତ ପାଇଁ ଅମାର ଅମାର

ଅବାସ୍ତବ ସ୍ବପ୍ନର ସମ୍ଭାର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract