STORYMIRROR

Debabrata Mishra

Classics Inspirational

3  

Debabrata Mishra

Classics Inspirational

ଈଶ୍ବର ବୁଝିବ କି ମୋତେ

ଈଶ୍ବର ବୁଝିବ କି ମୋତେ

1 min
196


ମୋ' ମନ କଥା ଓ ବିବେକ ଉଦ୍ଦେଶ୍ଯ

କେହି ପାରନ୍ତିନି କାହିଁକି ବୁଝି

ହେ କଳାକାର ତୁମେ ନିଶ୍ଚେ ହେବ ରାଜି

ଏତେ ବଡ଼ ପାପୀ କି ତୁମ ପାଇଁ 

ମୋ' ଶବଦେ ସବୁ ଅରାଜି

ହେ କାଳିଆ ହେ ଠାକୁର

ବୁଝିବ କି ଏଥର ମୋତେ ସତେ

ଈଶ୍ବର ହେ ବୁଝିବ କି ମୋତେ..., 


ମୁଁ ଏତେବଡ଼ ପାପୀ କି ଠାକୁର

ଅର୍ଥ ବୁଝନ୍ତିନି କେହି କାହିଁକି ମୋ' ଅନ୍ତଃରର

ତୁମେ ମୋର ଶେଷ ଚେଷ୍ଟା

ବୁଝିକି ପାରିବ ଉଦ୍ଦେଶ୍ଯ ମୋର

କିଏ ମୋର ପର କିଏ ଆପଣାର

ଭୁଲ୍ ବୁଝନ୍ତି କାହିଁକି ଗୋ ମୋତେ

ମୁଁ କି ବିଚିତ୍ର ମଣିଷ ଜଗତେ

ଶେଷ କରିଦିଅ ମୋତେ

ଈଶ୍ବର ହେ ବୁଝିବ କି ମୋତେ...., 


ମୋ' ଯୋଗ୍ୟତାକୁ ଧିକ୍କାର କରୁଛି

ଧିକ୍କାର ମୋର ଜୀବନ

ନେଇଯାଅ ପ୍ରଭୁ ମୋର ପରାଣ

ବ୍ୟର୍ଥ ମୋର ଜୀବନ 

ଅଦରକାରୀ ଏ ଛାତି ସ୍ପନ୍ଦନ

ବିବେକ କାନ୍ଦୁଛି ତୁମରି ଆଗରେ

ବୁଝିବେ କି ସମସ୍ତେ 

ମୋର ନିଶ୍ୱାସ ଯିବାର ଅନ୍ତେ

ଈଶ୍ବର ହେ ବୁଝିବ କି ମୋତେ...!!! 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics