ସୋର୍ ପଡସି ଆଘର୍ କଥା
ସୋର୍ ପଡସି ଆଘର୍ କଥା
ସମିଆ ସାଙ୍ଗେ ତାଲ୍ ମିଲେଇ
ରୁପ୍ ସିନା ଯିବା ମଉଲି
ବଏସ୍ ଛାପ୍ ଯେତେ ଦିହେଁ ପଡୁ
ମନ୍ ନାଇଁ ଯାଏ ବଦ୍'ଲି ।
ଛୁଆ ବେଲର୍ ରଥ୍ ଯାତ୍ରା ଦେଖା
କିଏ ପାରିଛେ କାଏଁ ଭୁଲି
ମାସେ ଆଘୋନୁ ଦିନ୍ ଗନୁଥିଲୁଁ
ଯାତ୍ରା କେଭେ ଆଏବା ବୋଲି ।
ଦ୍ଵିତୀୟା ଦିନ ଆମର୍ ଘରୁ
ମୁଲ୍ ହେସି ଉପନ୍ ଥାଲି
ଝନେ କରୁଥିସି ଛେରା ପହଁରା
ଝନେ ଝିଁଟୁଥିସନ୍ ପାନି ।
ମୋର୍ ବାପା, କାକା ପହଣ୍ଡି ଲାଗି
ଯାଉଥିଲେ ସଜ୍ ହେଇ
>
ମହାପୁର ଙ୍କର୍ ଦୁଇ ହାତ୍ ଧରି
ଆଘେ ଠିଆ ଦୁଇଭାଇ ।
ଆମେ ଛୁଆ ବେଲେ ନୁଆଁ ଡ୍ରେସ୍
ପିନ୍ଧ ବାହାରୁ ଥିଲୁଁ ବୁଲି
ସାଙ୍ଗ୍ ସାଥୀ ସାଙ୍ଗେ କେଡେ ମଜା ରେ
ଦୁଲୁଥିଲୁଁ ରେହେଟି ଦୁଲି ।
ଗଙ୍ଗାଦାଦା ର୍ ଠେଲାର୍ ଗୁପ୍'ଚୁପ୍ ଖାଇ
ଘର୍ କେ ଆଉଥିଲୁ ଫିରି
ଦୁତିଆ ଆଏଲେ ସେ କଥା ଭାଲି
ମୋର୍ ମନ୍ ଯାଏସି ମରି ।
ବେଲ୍ ବୁଡାକେ ଅବତାର୍ ଦେଖି
ଯାଉଥିଲୁଁ ଚାଲି ଚାଲି
ମିନାବଜାର୍ ବୁଲା ଜିନିଷ୍ ଘିନା
ନାଇଁ ହୁଏ ମନୁ ଭୁଲି ।