Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Ratinarayan Rout

Classics

3  

Ratinarayan Rout

Classics

ନୀଳାଚଳ ଧାମ

ନୀଳାଚଳ ଧାମ

1 min
203



ନୀଳାଚଳ ଧାମେ ଶୁଣିଛକି ନାମେ

ଅଛି ବଇକୁଣ୍ଠ ଏ ମରତ ଧାମେ |


ଶଙ୍ଖକ୍ଷେତ୍ର ନାମେ ନୀଳାଚଳ ଯାର 

ସାଗର ଦୁଲଣୀ ଘରଣୀ ଯାହାର |


ସେ କମ୍ବୁ କଟକେ ବିଜେ ଶ୍ରୀମନ୍ଦିର

ରତନ ବେଦୀରେ ଜଗତ ଠାକୁର |


ମେଘନାଦ ଘେରା ପ୍ରାଚୀର ମଧ୍ୟରେ

ରହିଛି ଭଉଣୀ ଭାଇର ସାଥିରେ |


ପତିତପାବନ ବଡ ନେତ ଯାର

ସରଧାର ବାଲି ବଡଦାଣ୍ଡ ଯାର |


ଯାର ରନ୍ଧା ଅନ୍ନ ଷାଠିଏ ପଉଟି

କୈବଲ୍ୟ ଅବଢ଼ା ନିର୍ମାଲ୍ୟ ନାମଟି l


କିଏ ବା ବୁଝିବ ତା ମାୟା ଅପାର

ବ୍ରହ୍ମା ଶିବ ଯୋଗୀ ଦେବ ଅବା ନର l


ଦିନ ଅକିଞ୍ଚନ ମୁଁ ଛାର ମାତାର

ଦୟା ରଖିଥିବ ହେ ବଡ଼ ଠାକୁର l


ମାଗୁଣି ଏତିକି ତୁମ ଶ୍ରୀ ପୟର

ଆହେ ପ୍ରଭୁ କର ଜଗତ ଉଦ୍ଧାର l



Rate this content
Log in