STORYMIRROR

Suresh chandra Padhy

Classics

3  

Suresh chandra Padhy

Classics

ବାହୁଡା଼ ଯାତ

ବାହୁଡା଼ ଯାତ

1 min
233


ବାହୁଡା଼ ଯାତରେ ବାହୁଡ଼ି ଆସେରେ

ଜଗା ବଳିଆ ମୋର

ଶରଧା ବାଲିରେ ରଥ ଗଡି ଚାଲେରେ 

ଯିବାକୁ ଶିରି ମନ୍ଦିର

ନଅ ଦିନ ରେ ଜଗା ମୋ ଫେରୁଛି

ଗୁଣ୍ଡିଚା ମାଆର ଲୁହ ଝରୁଛି  

ମାଉସୀ ମାଆ ଚାହୁଛି ଅଧା ବାଟରେ

ପୋଡ଼ ପିଠା ରଖିଛି ଅତି ସରଧାରେ ।

ଭକତ ଭାବରେ ଦଶମୀ ତିଥିରେ

କାଳିଆ ବସିବ ରଥ ଉପର

ବାହୁଡା଼ ଯାତରେ ବାହୁଡ଼ି ଆସେରେ

ରତ୍ନ ସିଂହାସନ ପଡିଅଛି ଖାଲି

ବଡ଼ ଦେଉଳରେ ଲାଗୁନି ଗହଳି

ନିଜର କରେ ସେ ସବୁ ଭକତକୁ

ଭକ୍ତ ବିନା ଭଲ ଲାଗେନା ତାକୁ

ବଡ଼ ଦାଣ୍ଡରେ ସିଂହ ଦୁଆରେ

ରଥେ ଆସିବେ ତିନି ଠାକୁର

ବାହୁଡା଼ ଯାତରେ ବାହୁଡ଼ି ଆସେରେ...।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics