STORYMIRROR

Gouri Panda

Classics

3  

Gouri Panda

Classics

ବିଚରା

ବିଚରା

1 min
210

ବହୁ ଦିନ ପରେ ଜାଣିଲି ବିଚରା 

କରୁଅଛି ମୋତେ ପ୍ରେମ। 

ଦିନେ କି ଦିନ ନୁହଁଇ ଭାଇରେ

ଗଲାଣି ବର୍ଷ ତମାମ। 


ଏମିତି ବିଚରା ପ୍ରେମ କରି, କରି

ମନେ ମନେ ଖାଏ ଗୁଡ। 

ଜାଣି ତ ନଥିଲା ପସନ୍ଦ କି ନୁହେଁ 

ମୋ ମନ ରହସ୍ୟ ଗୁଢ।


ଚିଠି ପରେ ଚିଠି ଲେଖି,ଲେଖି ସେ

ଦେଇ ନ ପାରଇ ମୋତେ। 

ସପନ ବିଚରା କେତେ ସେ ଦେଖିବ

ପାଇଲାନି ସେ ତ ହାତେ। 


ଭଲପାଏ ବୋଲି ଜାଣି ପାରି ଦିନେ 

କଥା ପଦେ ହେଇ ଗଲି। 

କି ବୁଦ୍ଧି କରିବ, କଅଣ କରିବ 

ମୁହଁ ପଡିଗଲା ନାଲି। 


ବିଚରା ମନରେ, ଗୋପନେ ବାନ୍ଧଇ

ମୋ ସାଥେ ପ୍ରୀତିର ଡୋରୀ। 

ଜାଣିପାରେ ନାହିଁ ମୋ ଅନ୍ତର କଥା

କିଛି କହେ ନାହିଁ ଡରି। 


ଏମିତି ଏପରି ହୋଇଲା ଘଟଣା 

ବିଚରା ପାଇଲା ପାନେ। 

ଯେଉଁ ଦିନ ସେ ଜାଣିଗଲା ମୋର

ବିବାହ ହୋଇବ ଦିନେ। 


ଭାରି ଦୁଃଖ ହେଲା, ବିଚରାଟି ପ୍ରତି

ବାଟ କିଛି ବି ନଥିଲା। 

ଭଗବାନଙ୍କର ସୃଷ୍ଟି ଯେ ଏପରି 

ମୁଁ କିସ କରିବି ଭଲା? 

****************



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics