STORYMIRROR

Pranati Mahapatra

Classics Inspirational

3  

Pranati Mahapatra

Classics Inspirational

ଭାବଠାକୁର

ଭାବଠାକୁର

1 min
200


ଭାବରେ ଭାବ ଲଗାଏ ଭାବଠାକୁର

ଭାବଗ୍ରାହୀ ନେତା ପରା ଏ ଉତ୍କଳର

ଭାବ ଦିଆନିଆ ନିସ୍ଵାର୍ଥେ ତା' ସାଥିର

ଭବସାଗରେ ଏକା ସେ ନାଉରୀ ମୋର ।


ଭୂବନଜିଣା ରୂପକାନ୍ତି ଜଗଦୀଶ୍ଵର

ଭୟ,ଭ୍ରାନ୍ତି କରି ଦିଏ ଅଚିରେ ଦୂର

ଭଲମନ୍ଦକୁ ସତର୍କ ଚେତାବନୀ ତା'ର

ଭଗବାନ ସେ ମୋହର ଦାସୀ ମାତର।


ଭକ୍ତପ୍ରିୟ ଭକ୍ତପ୍ରାଣ ନୀଳାଦ୍ରୀଶ୍ଵର

ଭଜମନ ନିତ୍ୟ ରସ ଲୀଳାମୃତର

ଭକତ ବାନ୍ଧବ ହରି କରୁଣାକର

ଭଜି ଭଜି ଲୀନ ହେଉ ଶ୍ରୀପାଦ ପୟର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics