STORYMIRROR

Puspanjali Panda

Classics

3  

Puspanjali Panda

Classics

ଆଉ କେତେଦିନ

ଆଉ କେତେଦିନ

1 min
173


କେତେଦିନ ଏମିତି ଟାଣି ଘୋଷାଡି

ଜବରଦସ୍ତ ଭଲରେ ଥିବାର

ଦେଖେଇହବାର ଢଙ୍ଗକୁ

ଦେଖଉଥିବା,ଦୁନିଆକୁ।


ଆଉ କେତେବା ସମୟ ବାକିଅଛି

କିଏ କହିପାରିବ

ଜୀବନକୁ ଶେଷ ଯାଏ ଜୀଇବାକୁ

ବଖାଣି ପାରିବ ?


ଆଉ କେତେକାଳ ପରେ,

ସ୍ୱାର୍ଥର ଇମାରତ

ଭୁଷୁଡି ପଡ଼ିବାର ଖବର 

ଜଣା ପଡିପାରେ ?


ଆଉ କଣ ସତରେ

ଏକ ଭିନ୍ନ ପୃଥିବୀର 

ଆକ୍ଷାଂଶ ଓ ଦ୍ରାଘିମା

ଏକ ହେଇଯିବେ

ନୂଆ କିଛି ଆରମ୍ଭ କରିବେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics