STORYMIRROR

Puspanjali Panda

Classics

3  

Puspanjali Panda

Classics

ଆଉ କେତେଦିନ

ଆଉ କେତେଦିନ

1 min
173



କେତେଦିନ ଏମିତି ଟାଣି ଘୋଷାଡି

ଜବରଦସ୍ତ ଭଲରେ ଥିବାର

ଦେଖେଇହବାର ଢଙ୍ଗକୁ

ଦେଖଉଥିବା,ଦୁନିଆକୁ।


ଆଉ କେତେବା ସମୟ ବାକିଅଛି

କିଏ କହିପାରିବ

ଜୀବନକୁ ଶେଷ ଯାଏ ଜୀଇବାକୁ

ବଖାଣି ପାରିବ ?


ଆଉ କେତେକାଳ ପରେ,

ସ୍ୱାର୍ଥର ଇମାରତ

ଭୁଷୁଡି ପଡ଼ିବାର ଖବର 

ଜଣା ପଡିପାରେ ?


ଆଉ କଣ ସତରେ

ଏକ ଭିନ୍ନ ପୃଥିବୀର 

ଆକ୍ଷାଂଶ ଓ ଦ୍ରାଘିମା

ଏକ ହେଇଯିବେ

ନୂଆ କିଛି ଆରମ୍ଭ କରିବେ।



Rate this content
Log in

Similar oriya poem from Classics