STORYMIRROR

Jyotirmoyee Mohanty

Classics Inspirational

3  

Jyotirmoyee Mohanty

Classics Inspirational

ତୋ ପାଦେ ଶରଣ ମାଆ

ତୋ ପାଦେ ଶରଣ ମାଆ

1 min
200

ତୁହି ମା ଜନନୀ ସଦା ସିମନ୍ତିନି

ସଂସାର ପାଳନ ହାରୀ,

ମାତା, ଭଗ୍ନୀ, ଜୟ ସୁତାର ରୂପରେ 

ହୋଇଥାଉ ଅବତରି  ll1


ତୋ ସାଙ୍ଗରେ କିଏ ସରି ହେବ କହ

ତୁ ତ ଚିର ବରେଣ୍ୟା,

ତୋ ପାଦ ସେବିଲେ ଅଭୟ ଲଭିଲେ

ଜଗତେ ହୁଏ ଅନନ୍ୟା ll2


ପ୍ରଥମରେ ତୁହି ଶୈଳପୁତ୍ରୀ ମାଆ

ଦ୍ୱିତୀୟେ ବ୍ରହ୍ମଚାରିଣୀ,

ତୃତୀୟରେ ଚନ୍ଦ୍ରଘଣ୍ଟା ଚତୁର୍ଥରେ

କୁଷ୍ମଣ୍ଡା ନାମ ଧାରିଣୀ  ll3


ପଞ୍ଚମରେ ତୁହି ସ୍କନ୍ଦମାତା ନାମେ

ଷଷ୍ଠେ କାତ୍ୟାୟିନୀ ବୋଲି,

ତୁହି କାଳ ରାତ୍ରୀ ମହାଗୌରୀ ପୁଣି

ଶ୍ରୀ ଦୁର୍ଗା ତୁ ସେରବାଲି ll4


ନବରାତ୍ରେ ନଅ ନାମେ ନେଇ ତୁ ମାଆ

ଧାରାରେ ହେଉ ତୁ ଉଭା,

ଦୁଷ୍ଟକୁ ସଂହାରି ଶାନ୍ତି ଧ୍ବଜା ଉଡାଇ

ବିସ୍ତାରୁ ଅଭୟ ଅଭା ll5


ତୁ ସୃଷ୍ଟି କାରିଣୀ ସଂହାର କାରିଣୀ

ଆଦି ଶକ୍ତି ଅପରୂପା,

ତୋହରି ଆଶିଷେ ପଙ୍ଗୁ ଲଙ୍ଗେ ଗିରି

ମୂର୍ଖ ସେ ଜଗତ ଜିତା ll6


ଗରିବର ଲୁହେ ତୋ ପଣତ ଭିଜେ

ଅନାଥର ତୁହି ସାହା,

ପଥ ହୁଡ଼ି ଗଲେ ହାତ ଧରି ତୁ ମାଆ

ଦେଖାଇ ଥାଉ ତୁ ରାହା ll7


ତୋର ଇଙ୍ଗିତରେ ସୂରୁଜ ଉଁଅଇ

ମହୀ କରି ଆଲୋକିତ,

ଦିନ ଢଳିଗଲେ ଚନ୍ଦ୍ର ବି ଆସଇ 

ରାତିହୁଏ ଜ୍ୟୋସ୍ନାୟିତ ll8


ତୋହରି ହସର ମଧୁ ଝରିକାରେ

 ଝରଇ ଆମ୍ବୃତ ବାରି,

ସୁନାର ଫସଲେ ହସଇ ଧରଣୀ

ହସେରେ ଦୁନିଆ ସାରି ll9


ତୋହରି ରାଗର ଜ୍ୱଳନ୍ତ ଶିଖା ସେ

ହୁଏ ଯେବେ ଉର୍ଦ୍ଧୟିତ,

ନିମିଷେ ମାତ୍ରକେ ଭସ୍ମ ହୋଇଯିବ

ଶୂନ୍ୟ ମହୀ ପ୍ରକମ୍ପିତ ll10


ତୋ ପଣତ ତଳେ ସର୍ବେ ସୁରକ୍ଷିତ

ତୋହରି ସନ୍ତାନ ଗଣ,

ପ୍ରେମ ଭକ୍ତି ପୂର୍ଣ୍ଣ ପ୍ରଣତି ନିଅ ମାଆ

ଏତିକି ମୋ ନିବେଦନ  ll11


ଏ ଘନ କାଳରେ କର ମାତା ରକ୍ଷା

ବିଶ୍ୱବାସୀ ଭାୟାତୁର,

କରୋନା ଦାନଵ ଦାଉରୁ ମାତା ତୁ

ଆମକୁ ଉଦ୍ଧାର କର ll12





రచనకు రేటింగ్ ఇవ్వండి
లాగిన్

Similar oriya poem from Classics