Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sanjya Tripathy

Classics

3  

Sanjya Tripathy

Classics

କିଛି ଲୋକ (୧)

କିଛି ଲୋକ (୧)

1 min
262



• କିଛି ଲୋକ: କିଛି ଲୋକ ଥାନ୍ତି ଭୋକର ଭୂଗୋଳରେ ହଜିଯିବାକୁ

• ରାଜନୀତିର ପଶାପାଲିରେ ଗୋଟି ସାଜିବାକୁ

ଟଙ୍କା କେଇଟା ପାଇଁ ନିଜ ମାତୃଭୂମିକୁ ବିକିବାକୁ

• କିଛି ଲୋକ: କିଛି ଲୋକ ଥାନ୍ତି ପ୍ରଶାସନକୁ ପ୍ରଦୂଷିତ କରିବା ପାଇଁ

ସ୍ଵଚ୍ଛ, ପାରଦର୍ଶୀ, ଉତରଦାୟୀ କର୍ମସଂସ୍କୃତିର ସ୍ଵପ୍ନ

ଦେଖୁବାକୁ

ଐତିହ୍ୟ ସଂପନ୍ନ ପରମ୍ପରାକୁ ବଜାୟ ରଖିବା ପାଇଁ

କିଛି ଲୋକ: କିଛି ଲୋକ ଥାନ୍ତି ସାଂପ୍ରଦାୟିକ ଦଂଗା

ଭିଆଇବାକୁ ମସଜିଦ୍‌ ଭାଙ୍ଗି ମନ୍ଦିର ନିର୍ମାଣ କରିବାକୁ

ମନ୍ଦିରର ଦେବତା ସହିତ ଖଟୁଳି ଖାଇବାକୁ

କିଛି ଲୋକ: କିଛି ଲୋକ ଥାନ୍ତି ପରକୀୟା ପ୍ରୀତି

କରିବାକୁ

ଗଣଦୁଷ୍କର୍ମ କରିବାକୁ ସେକ୍ସ ଭିଡିଓ ଭାଇରାଲ

କରିବାକୁ

ସେକ୍ସକୁ ଏକ ଷ୍ଟାଟସ୍ ସିମ୍ବଲ କରିବାକୁ

କିଛି ଲୋକ: କିଛି ଲୋକ ଥାନ୍ତି ମୌଳବାଦରେ

ବିଶ୍ବାସ କରିବାକୁ

ଧର୍ମରେ ଅଂଧ ହୋଇ ଅଧର୍ମୀ କାମ କରିବାକୁ

ଯାବତୀୟ କୁସଂସ୍କାରକୁ ସର୍ବବ୍ୟାପୀ କରିବାକୁ

କିଛି ଲୋକ: କିଛି ଲୋକ ଅଛନ୍ତି : ଧର୍ମୀୟ

ମୌଳବାଦରେ ପୂର୍ଣ୍ଣଚ୍ଛେଦ ପକାଇବାକୁ

ବିଚ୍ଛିନ୍ନତାବାଦୀ, ବିଭାଜନକାରୀଙ୍କୁ ମୁକାବିଲା କରିବାକୁ

ସଂହତି ଓ ସଂପ୍ରୀତିର ବାର୍ତ୍ତା ପ୍ରଚାର କରିବାକୁ

ଆଉ ଆମେ କେତେ ଲୋକ ଅଛୁ: ନିର୍ବାଚନୀ

ଭାଷଣରେ ତାଳି ମାରିବାକୁ ଅବୋଲକରା କାହାଣୀରେ

ଉତର ଦେବାକୁ ଏକ କ୍ଷୁଧା ମୁକ୍ତ ବିଶ୍ଵର ସାର୍ଥକ ସ୍ଵପ୍ନ ଦେଖିବାକୁ ।



Rate this content
Log in

Similar oriya poem from Classics