STORYMIRROR

Pranati Mahapatra

Classics

3  

Pranati Mahapatra

Classics

ରଥେ ଜଗନ୍ନାଥ

ରଥେ ଜଗନ୍ନାଥ

1 min
186


ଝୁଲି ଝୁଲି ଆସେ କାଳିଆ ହାତୀ ମୋ

   ରଥରେ ବୁଲିବା ପାଇଁ,

ହାତକୁ ହଲାଇ ପାଖକୁ ଡାକଇ

   ଅପୂର୍ବ ମିଳନ ପାଇଁ,

ଚାରିଆଖିର ଏ ଭେଟାଭେଟି ହେବ

ସାତଜନମର ପାପକୁ ହରଣ କରି

   ମୋକ୍ଷ ଦେବେ ସାଇଁ।


 ରଥରେ ବାମନ କରିଲେ ଦର୍ଶନ

  ଆତ୍ମା ମୋକ୍ଷ ପାଇଯାଏ ,

ଜଗତର ନାଥ ବଡ଼ଦାଣ୍ଡେ ଆସି

  ସଭିଙ୍କୁ ଦର୍ଶନ ଦିଏ,

ପାପତାପ ସବୁ କରନ୍ତି ହରଣ

ଶ୍ରୀପାଦପଦ୍ମରେ ଲୀନ ହେବାପାଇଁ

  ମୋକ୍ଷ ପଥ ଖୋଲିଦିଏ।


ଜଗନ୍ନାଥ ମୋର କାଳିଆ ସାଆନ୍ତ

  ହଲି ଝୁଲି ଆସୁଛନ୍ତି,

ପତିତ ଉଦ୍ଧାରି ପତିତପାବନ

  ନେତ ଉଡାଉଛନ୍ତି,

ନର,ପଶୁ ପକ୍ଷୀ ଦେବ ଯେ କିନ୍ନର

ରଥରେ ବାମନ କରିଣ ଦର୍ଶନ

  ମୋକ୍ଷ ପାଇଁ ଭାଳୁଥାନ୍ତି।


ରତ୍ନସିଂହାସନୁ ଓହ୍ଲାଇ କାଳିଆ 

  ଆସିବ ବଡ଼ଦାଣ୍ଡକୁ,

ବରଷ ହେଲାଣି ଚାତକ ପରାଏ

 ଚାହିଁଛି ଏହି ଦିନକୁ,

  ଦେଖିବ ତା ଭକତକୁ

ମନୋବାଞ୍ଛା ତାଙ୍କ କରିବ ପୂରଣ

  ନେବ ମୋକ୍ଷର ମାର୍ଗକୁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics