Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sanjya Tripathy

Classics

3  

Sanjya Tripathy

Classics

କାୟାକଳ୍ପ

କାୟାକଳ୍ପ

1 min
203



ଏକ ପୁରୁଣା ଘା'କୁ ରାପି ବିଦାରି

ସେ ଗଲେ ଇତିହାସ ବଦଳେଇବାକୁ

ସେତିକିରେ ଅଭୀନିତ ହେଲା ବାକି ଇତିହାସ

ପ୍ରପଟରର ଉଦଘୋଷଣା ଭୁଲି ଚରିତ୍ରମାନେ

ମଣିଷ ପାଲଟି ଗଲେ କିଛିଟା ମୁହୂର୍ତ୍ତ ପାଇଁ

ଇତିହାସ ବଦଳେଇବାକୁ ଯାଇଥିବା ଲୋକ

ନିଜେ ନିଜର କବର ଖୋଳି ଇତିହାସ ପାଲଟିଗଲା

ଅଲୋଡା ଅତିଥି ମୃତ୍ୟୁର ହିମଶୀଳତା ଆଲିଂଗନରେ

ମୃତ୍ୟୁ ବେତନା ଜୀବଂତ ହେବାର ବେଳାରେ

ଲେଖାଗଲା ଅଜ୍ଞାତବାସର ଅମୂଲିପି

ସ୍ଥିତିବାଦର ଉନ୍ମେଷ ଓ ଉତ୍ତରଣ ଘଟିଲା ଜାତୀୟ ସଂକଟରେ

ଯେତେ ସବୁ ଲିଟେରାରୀ କନଭେନସନର ସାଇରନ୍

 ଅଭିମନ୍ୟୁ ଅବରୁଦ୍ଧ ହେଲା ପରେ ବେଗବାନ୍

ପୁରସ୍କାର ଦୌଡରେ ସାମିଲ ତଥାକଥିତ ସାହିତ୍ୟିକ ବୁଦ୍ଧିଜୀବୀ

ସମାଲୋଚନାର ତୀକ୍ଷଣ ଶରରେ ଶରବ୍ୟ ହେବା ପରେ

ଅଂଗୁର ଖଟା ପରି ମନୋବୃତିରୁ ମଣିଷ ଗୁଡାକ

ଲବି କରଂତି କିଛିଟା ପ୍ରାରଂଭିକ ସ୍ତରର ସମ୍ମାନ ପାଇଁ

ଯଥା କଥା ରୂପେ ମୁଦ୍ରିତ ଅକ୍ଷରରେ ନିଜ ନାଁଟା ଦେଖିବା ପାଇଁ

ଅସଂଭବ ଠେଲାପେଲା- ପରୀକ୍ଷା ଫଳ ଦେଖ୍ବା ପରି

ଏସବୁ ପାଗଲାମିର ଅର୍ଥ , ଲକ୍ଷ ଓ ମୂଲ୍ୟ କଣ ?

ସାଧାରଣ, ସରଳ ଜୀବନ ଯାପନ ଛାଡି ଖ୍ୟାତିମୁହାଁ ମଣିକ ଗଣଦୌଡ

କ୍ରମଶଃ ଅନ୍ଧାରୁଆ ପାଲଟି ଯାଉଥିବା ଉଇହୁଙ୍କା ମାନଂକର

ଭାଗ୍ୟ ଓ ଭବିଷ୍ୟତରେ ପେଷି ହୋଇଯାଏ ମୋହନ।

ସାମାଜିକ ସମ୍ପର୍କ ଯେଉଁଠି କଳୁଷିତ,

ସେଠି ଖ୍ୟାତି କ'ଣ- ଅପତି କ'ଣ ?

ପରକୀୟା ପ୍ରୀତି, ସେକସ ଭିଡିଓ ଭାଇରାଲ ଓ ଗଣଦୁଷ୍କର୍ମ

ପରେ ଏ ଦେଶ ପରିଚିତ ନିର୍ଭୟା ଭୂଖ୍ୟଡ ରୂପେ

ଆଇନର ଅଂଧଗଳିରେ ବାରଂବାର ଘୁଚିଚାଲେ ଫାଶୀ ତାରିଖ

ଇଂଦିରା, ରାଜୀବଂଙ୍କ ହତ୍ୟାକାଣ୍ଡରେ ବି ହୋଇ ନଥିଲା କି ଏ ଅସହ୍ୟ ବିବ ?

ବିନ୍ୟବତ ନ୍ୟାୟ ଯଦି ନ୍ୟାୟ ନୁହଁ

ତେବେ ବଦଳାଯାଉ ବ୍ରିଟିଶ ଅମଳର ସଂଡ ମଂଡା ଆଇନ

ଯୁଗ ସହିତ ତାଳ ଦେଇ ତିଆରି ହେଉ ଫାକବିହୀନ ଆଇନର ଅଭିଧାନ

ମଣିଷର ଅପରାଧ ପ୍ରବଣତା ପଛକାହାଣୀ

କ୍ଷୁଧା, ଦାରିଦ୍ର, ବେକାରୀ ଥିବା ସଉକୁ

ସେ ସବୁର ମୂଳୋତ୍ପାଟନ ସହ ଆବର୍ତ୍ତିତ ହେଉ ସମୟ

ପ୍ରଗତି ଓ ପରିବର୍ତ୍ତନ ନୀତିକାତି ଯୁକ୍ତ ସମାଜର

ସାର୍ଥକ ସ୍ଵପ୍ନ ଦେଖୁ ମୋହନ

ସୁରଭିତ ସଂପର୍କର ମୃଦୁ ମଳୟ ବିଜଡିତ ପ୍ରଜ୍ଞାଲୋକରେ

ସୃଷ୍ଟି ହେଉ ସୃଜନଶୀଳତାର ନୂଆଁ ଏକ ଫର୍ଦ

କାଗକହଂଗା ହୋଇ ଭାସି ଆସୁ ସୁଅ ମୁହଁର ପତର ପରି ।



Rate this content
Log in

Similar oriya poem from Classics