STORYMIRROR

Ghanashyam Jena

Classics

3  

Ghanashyam Jena

Classics

ଜଗାବଳିଆ

ଜଗାବଳିଆ

1 min
199


ଭକ୍ତ ଭଗବାନ  ଅପୂର୍ବ ମିଳନ

  ପାଇଁ ଏ ରଥ ଯାତରା,

 ଚଉଦ ବ୍ରହ୍ମାଣ୍ଡ  ଚାହିଁ ରହିଥାନ୍ତି

  ପ୍ରଭୁଙ୍କ ଏ ଦିବ୍ୟ ଲୀଳା।

 ଆଷାଢ଼ ଶୁକଳ ଦ୍ଵିତୀୟା ତିଥିର

   ପବିତ୍ର ଏ ରଥଯାତ

 ଚତୁର୍ଦ୍ଧା ମୂରତି  ବିଜେ କରିଥାନ୍ତି

   ତିନି ଦିଅଁ ତିନି ରଥ।

 ପତିତପାବନ  ବାନା ଉଡାଉଛ

    ପତିତ ତାରଣ ପାଇଁ

 ପତିତ ଉଦ୍ଧାର  ପାଇଁ ଜଗନ୍ନାଥ

   ରଥେଥାନ୍ତି ବିଜେ ହୋଇ।

 ଗୋଟି ପହଣ୍ଡିରେ ଆସନ୍ତି ଠାକୁରେ

    ଆହାକି ଅପୂର୍ବ ଠାଣି,

 ଆଗେ ବଳଦେବ ମଝିରେ ସୁଭଦ୍ରା

    ପଛେ ପ୍ରଭୁ ଚକ୍ରପାଣି।

 ଧନ୍ୟ ଚାରମାଳ ଅଟ ତାଳ ଫାଳ

    ଯୋଚାଯାଇ ମାଳ ମାଳ,

 କେଉଁ ତପଫଳେ ପ୍ରଭୁ ପାଦତଳେ

    ବିରାଜିତ କାଳ କାଳ।

  ଠାକୁର ରାଜନ କରିବେ ମାର୍ଜନ

    ସୁବର୍ଣ୍ଣ ସମାର୍ଜନୀ ରେ

  ମହାନ ସଂସ୍କୃତି  ଉତ୍କଳର ରୀତି

    ସମନାହିଁ ଧରା ତଳେ।

  ଆଗେ ବଳଦେବ ନନ୍ଦିଘୋଷ ରଥେ

     ସୁଭଦ୍ରା ଦେବଦଳନେ

  ପଛରେ ଆସନ୍ତି  ନନ୍ଦିଘୋଷ ଚଡ଼ି

     ଜଗନ୍ନାଥ ହର୍ଷ ମନେ।

  ଭାରତ ବର୍ଷରେ ଉତ୍କଳ ସଂସ୍କୃତି

      ଅଟଇ ଅତି ମହାନ,

   ଉତ୍କଳର ନାଥ  ସ୍ୱୟଂ ଜଗନ୍ନାଥ

      ବିଜେ ରତ୍ନ ସିଂହାସନ।

   ଜାତି,ଧର୍ମ,ବର୍ଣ୍ଣ  ନିର୍ବିଶେଷରେ

      ହୋଇ ଛନ୍ତି ସର୍ବେ ଠୁଳ

   ରଥେ ବିଜେ କରି ଦେବେ ଦରଶନ

        ଭକତଙ୍କୁ ଆଦିମୂଳ।

   ସାତଦିନ ଅନ୍ତେ ଜନ୍ମବେଦୀ ଛାଡ଼ି

       ବାହୁଡ଼ିବେ ବନମାଳୀ 

   ବାଇ ଠାକୁରାଣୀ ବାଇଆ କଲେଣି

       ହେରା ପଞ୍ଚମୀରେ ମିଳି

   ବାଟରେ ମାଉସୀ ମା ଅର୍ଦ୍ଧଶୋଷିଣୀ

       ଖୁଆଇବେ ପୋଡପିଠା

  ଅତି ସରାଗରେ ଭାଇ ଭଗ୍ନୀ ମେଳେ

      ଖାଇବେ ଆନନ୍ଦେ ପିଠା।

  ବାହୁଡ଼ା ଯାତ୍ରା ରେ ବହୁଡିଲେ ଜଗା

       ବାହୁଡ଼ା ଦଶମୀ ଦିନ,

  ଏକାଦଶୀ ଦିନ  ସୁନାବେଶ ହେବେ

       ରଥରେ ଚକାନୟନ।

   ଅନାଇଁ ଥାଆନ୍ତି ଅଶରିରୀ ଗଣେ

       ପାଇବେ ଅଧର ପଣା 

   ଜଗତ ଜନଙ୍କ  ମଙ୍ଗଳ କରତା

      ପୁରାଅ ମନ କାମନା।

   ଚତୁର୍ଦ୍ଦଶୀ ଦିନ   ବଡ଼ ଦେଉଳକୁ

     ବିଜେହେବେ ଜଗନ୍ନାଥ

   ମାଆ ସାଆନ୍ତାଣୀ ଦେଇଣ କିଳଣି

     ଓଗାଳିବେ ପ୍ରଭୁ ପଥ।

   ଲକ୍ଷ୍ମୀ ନାରାୟଣ କଳି ହେବ ଜାଣ

      ବିଚିତ୍ର ମାନବ ଲୀଳା।

   ରସଗୋଲା ଦେଇ   ମାଆ ମନ ତୋଷି

      ପ୍ରବେଶିବେ ଚକାଡୋଳା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics