STORYMIRROR

Puspanjali Panda

Classics

3  

Puspanjali Panda

Classics

ମୁଁ ଆଉ ତୁମେ

ମୁଁ ଆଉ ତୁମେ

1 min
259

ମୁଁ ମେଘୁଆ ଆକାଶ ଖରା

ତୁମେ ପୂବେଇ ପବନ ପରା

ବେଗ ଅଣଚାଶ ବହୁଥାଏ

ସେତ ମହ ମହ ବାସ୍ନା ଭରା ।।

ମୁଁ ଧୁଉ ଧୁଉ ମରୁବାଲି

ପଡିଥାଏ ଏଠି ମୁହଁ ମାଡି

ତୁମେ ଧୀର ଚୋରା ଚଇତାଳି

ଦିଅ ବାରିଦର ବାରି ଢାଳି ।।

ତୁମେ ଶିତୁଆ ସକାଳ ଭଳି

ମୁଁ ଥୁରୁ ଥୁରୁ ଶୀତରାତି

ମତେ ଛୁଇଁ ଦେଇ ଯାଅ ଥରେ

ଅଙ୍ଗେ ଭରିଯାଉ ତୁମ ତାତି।।

ମୁଁ ସନ୍ଧ୍ୟା ଫେରନ୍ତା ପକ୍ଷୀ

ଗଗନରେ ଡେଣା ଝାଡୁଥାଏ

ତୁମେ କାଠି କୁଟା ବାସଟିଏ

ନୀଡ଼ ମୋହ ମତେ ଟାଣୁଥାଏ।।

ତୁମେ ସାଗର ଲହଡ଼ି ସମ

ତୀବ୍ର ଉଲ୍ଲାସ ରୋମାଞ୍ଚ ଭରା

ମୁଁ ତୀରର ତରଣୀଟିଏ

ଦୂର ଦରିଆ ମୋ ପ୍ରିୟ ପରା।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics